କୋଣାର୍କ ୭।୭: କୋଣାର୍କ ରାମଚଣ୍ଡୀ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୧୧ କେଭି ବିଦ୍ୟୁତ ଖୁଣ୍ଟିରେ ପିଟି ହେଲା ପର୍ଯ୍ୟଟକଙ୍କ ଗାଡି । ବିଦ୍ୟୁତ ସଂସ୍ପର୍ଶରେ ଆସି ଉଦ୍ଧାରକାରୀ ମୃତ୍ୟୁ । ୬ ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଗୋପ ମେଡିକାଲ ଭର୍ତ୍ତି ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ଏବଂ ବିଶାଖାପାଟଣାରୁ ୧୧ଜଣ ପର୍ଯ୍ୟଟକ ପରିବାର ସହ ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ଆସିଥିଲେ । ସୋମବାର ସକାଳୁ ପୁରୀରୁ ଏକ ଗାଡି ଭଡା କରି କୋଣାର୍କ ଅଭିମୁଖେ ବୁଲିବାକୁ ଆସୁଥିଲେ । ସକାଳ ୯ଟା ୩୦ ମିନିଟ୍ ସମୟରେ ଗାଡ଼ିଟି ଚନ୍ଦ୍ରଭାଗା ନିକଟ ଇକୋରିଟ୍ରିଟ୍ ଠାରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା । ଗାଡ଼ିରେ ଥିବା ୧୧ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଡ୍ରାଇଭର ଓ ୬ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଆହାତ ଡ୍ରାଇଭରକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବକ ବିଦ୍ୟୁତ୍ ଖୁଣ୍ଟି ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ମୃତ ଯୁବକ ଜଣକ ହେଲେ ଜଗତସିଂପୁର ଜିଲ୍ଲା ନାଉଗାଁର ରଞ୍ଜିତ ପଢ଼ିଆରୀ । ଗାଡ଼ିଟି ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହେବା ଫଳରେ ଗାଡ଼ିରେ ଥିବା ୧୧ ପର୍ଯ୍ୟଟକଙ୍କ ମଧ୍ୟରୁ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ ।
ଡ୍ରାଇଭର ଜଣକ ଗାଡ଼ିରେ ଫସି ରହିଥିବା ବେଳେ ନାଉଗାଁରୁ କୋଣାର୍କ ବୁଲିବାକୁ ଆସିଥିବା ତିନି ଜଣ ସାଙ୍ଗ ମାନଙ୍କ ମଧ୍ୟରୁ ମୃତ ରଞ୍ଜିତ ତାଙ୍କୁ ଉଦ୍ଧାର କରିବା ବେଳେ ହଠାତ୍ ବିଦ୍ୟୁତ୍ ଖୁଣ୍ଟି ସଂସ୍ପର୍ଶରେ ଆସି ଅଚେତ୍ ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଗୁରୁତର ଅବସ୍ଥାରେ ଡ୍ରାଇଭର ଓ ରଞ୍ଜିତଙ୍କୁ ଆଣି କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ରଞ୍ଜିତଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଅବସ୍ଥା ଗୁରୁତର ହେବାରୁ ଗୋପ ମେଡିକାରରେ ଭର୍ତ୍ତି ହୋଇଥିବା ଅନ୍ୟ ୬ ଜଣଙ୍କୁ ଭୁବନେଶ୍ୱର ସ୍ଥାନନ୍ତରିତ କରିଛନ୍ତି ଡାକ୍ତର । କୋଣାର୍କ ପୋଲିସ ଖବର ପାଇଁ ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି ।
You Can Read:
ରାସ୍ତାରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି, ବାଉଁଶ ବାନ୍ଧି ରାସ୍ତା ଅବରୋଧ କଲେ ଗ୍ରାମବାସୀ