ପଡୋଶୀକୁ କଟୁରୀରେ ହାଣି ହତ୍ୟା, ପୂର୍ବଶତ୍ରୁତାକୁ ନେଇ ଲାଗି ରହିଥିଲା ବିବାଦ

Published By : Prameya-News7 Bureau | May 11, 2025 IST

ବଣାଇ ୧୧।୦୫ : ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ସାନଜଲ ଗାଁରେ ଅଭାବନୀୟ ଘଟଣା । ପୂର୍ବଶତ୍ରୁତାକୁ ଘଟିଛି ହତ୍ୟାକାଣ୍ଡ ।  କଟୁରୀରେ ହାଣି ପଡୋଶୀକୁ ହତ୍ୟା ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । 

ଖବର ଅନୁଯାୟୀ, ସାନଜଲ ଗାଁର ଶୁକ ଦେହୁରୀ ଏବଂ ଦୋଳ ନାଏକଙ୍କ ମଧ୍ୟରେ ପୂର୍ବଶତ୍ରୁତାକୁ ନେଇ ବିବାଦ ଲାଗିରହିଥିଲା । ଯାହାର ପରିଣତି ଏବେ ହତ୍ୟାକାଣ୍ଡ । ମହୁଲପଦ ସାନଜଲ ଗାଁର ଦୋଳ ନାଏକକୁ କଟୁରୀରେ ହାଣି ହତ୍ୟା କରିଛନ୍ତି ପଡୋଶୀ  ଶୁକ ଦେହୁରୀ। ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଏହାସହ ଅଭିଯୁକ୍ତ ପଡୋଶୀ ଶୁକ ଦେହୁରୀକୁ ଅଟକ ରଖି ଜେରା କରୁଛି ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.