ଦୁର୍ବୃତ୍ତଙ୍କ ଆତଙ୍କରାଜ, ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

Published By : Prameya-News7 Bureau | January 27, 2025 IST

ବ୍ରହ୍ମପୁର ୨୭।୦୧ : ବ୍ରହ୍ମପୁର ବିଜୁପୁର କାଳୀ ମନ୍ଦିର ନିକଟରେ ଅଘଟଣ । ଦୁଇ ଯୁବକଙ୍କୁ ଖଣ୍ଡାରେ ହାଣିବା ସହ ଫାଙ୍କାରେ ଗୁଳିଚାଳନା କଲେ ଦୁର୍ବୃତ୍ତ । ଖଣ୍ଡା ଚୋଟରେ ଗୁରୁତର ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ରାଜ୍ୟରେ ୪୦ ଲକ୍ଷ ରାସନ କାର୍ଡ ଅଯୋଗ୍ୟ ହିତାଧିକାରୀ,ନୂଆ ଅଭିଯୋଗ ଆସିଲେ ବିଚାର କରିବେ ସରକାର

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବିଜୁପୁର କାଳୀ ମନ୍ଦିର ନିକଟରେ ସୁଜନ ଓ ତାଙ୍କର ଜଣେ ସାଙ୍ଗ କୌଣସି କାମରେ ଯାଉଥିଲେ । ଏହି ସମୟରେ ୧୫ରୁ ଅଧିକ ଯୁବକ  ବାଇକ୍‌ ଏବଂ ସ୍କୁଟିରେ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଦେଖି ସୁଜନ ଓ ତାଙ୍କର ସାଙ୍ଗ ଜଣଙ୍କ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରୁଥିଲେ । ହେଲେ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ । ଯୁବକଙ୍କ ଜଣକ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡି ରହି ଚିତ୍କାର କରୁଥିଲେ। ସେପଟେ ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଗୁଳି କାହାକୁ ବାଜିନଥିବା ସୂଚନା ମିଳିଛି। ଶେଷରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । କେଉଁ କାରଣ ପାଇଁ ଏବଂ କେଉଁ ମାନେ ଏହି କାଣ୍ଡ ଭିଆଇଛନ୍ତି। ସେନେଇ ଖୋଳତାଡ ଜାରି ରଖିଛି । 

ଦର୍ଶକଙ୍କ ମନ ଜିତୁଛି ଅକ୍ଷୟଙ୍କ ଫିଲ୍ମ 'ସ୍କାଏ ଫୋର୍ସ', ଜାଣନ୍ତୁ ବକ୍ସ ଅଫିସ୍‌ କଲେକସନ

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.