ଶିଳ୍ପପତି ସୃଷ୍ଟି ହେବା ଆବଶ୍ୟକ, କେବଳ ସରକାର କାମ କରିବେ ନାହିଁ ବେସରକାରୀ କମ୍ପାନୀ କାମ କରିବା ଦରକାର

Published By : Prameya-News7 Bureau | July 11, 2025 IST

ଭୁବନେଶ୍ବର ୧୧।୭: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପଞ୍ଚାୟତ ସ୍ତରର ନେତା ଭାବେ ତୁଳନା କଲେ ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର । ସେ କହିଲେ, ରାହୁଲ ଗାନ୍ଧୀଙ୍କ ଭାଷଣ ଅପରିପକ୍ଵତାର ପ୍ରମାଣ ଦେଉଛି । ସ୍ବାଧୀନତା ପରେ କଂଗ୍ରେସ ସରକାର ସମୟରେ କେତେ ଶିଳ୍ପପତି ସୃଷ୍ଟି ହୋଇଥିଲେ । ଶିଳ୍ପପତି ସୃଷ୍ଟି ହେବା ଆବଶ୍ୟକ, କେବଳ ସରକାର କାମ କରିବେ ନାହିଁ ବେସରକାରୀ କମ୍ପାନୀ କାମ କରିବା ଦରକାର । ଖାଲି ଶିଳ୍ପପତିଙ୍କ ନାଁ କହିଦେଲେ ହେବନାହିଁ । ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ସରକାର ଶିଳ୍ପପତି ମାନଙ୍କୁ କେତେ କାମ ଦେଇଛନ୍ତି, ସେକଥା କୁହନ୍ତୁ । ସମ୍ବିଧାନ ବ୍ୟବସ୍ଥାରେ ଟେଣ୍ଡରରେ ସେମାନେ କିଛି ପାଇଲେ ତାକୁ କେହି ମନା କରିପାରିବେ ନାହିଁ । ଶିଳ୍ପ ଅଭିବୃଦ୍ଧି ନ ଘଟିଲେ ଗୋଟେ ଦେଶର ଅଭିବୃଦ୍ଧି କେମିତି ହେବ ।

ରାହୁଲ ଭାଷଣ ଟିକେ ଟିକେ କହି ଶିଖିବାରୁ ତାଙ୍କୁ ଧନ୍ୟବାଦ । ଭାଷଣରେ ତଥ୍ୟ ନାହିଁ । ଗୋଟେ ଅପରିପକ୍ୱ, ପଂଚାୟତ ସ୍ତରର ନେତା ଭାଷଣ ଦେଲାଭଳି ଲାଗିଲା । ଏହା ସରପଞ୍ଚ ନିର୍ବାଚନ ସଭା ଭଳି ଲାଗିଲା । ସମ୍ବିଧାନକୁ ଆମେ ବଞ୍ଚାଉଛୁ ସେମାନେ ଧର୍ଷଣ କରିଥିଲେ । ୩୭୦ ଧାରା ଲଗାଇ ରାଜ୍ୟ ରାଜ୍ୟ ଭିତରେ ପ୍ରାର୍ଥକ୍ୟ ଆଣିଥିଲେ । ଆମେ ଏଥିରେ ସମାନତା ଆଣିଛୁ ।

କଂଗ୍ରେସ ଶାସିତ ରାଜ୍ୟରେ ଚାଷୀଙ୍କୁ କେଉଁଠି ଧାନ ବିକିବା ବାବଦରେ ଟଙ୍କା ଦେଇଛନ୍ତି । ଆମ ସରକାର ଇନପୁଟ ସବସିଡି ବାବଦରେ ୮୦୦ ଟଙ୍କା ଦେଉଛନ୍ତି । କଂଗ୍ରେସ ଶାସିତ ରାଜ୍ୟରେ କେଉଁଠି ଦିଆଯାଉଛି । ମହିଳାଙ୍କୁ ସଶକ୍ତିକରଣ କରାଯାଇଛି ସୁଭଦ୍ରା ଟଙ୍କା ମାଧ୍ୟମରେ । ୧୦ ହଜାର ଦେଲୁଣି ଆହୁରି ୪୦ ହଜାର ଟଙ୍କା ଦେବୁ । ବର୍ତ୍ତମାନ ରାସ୍ତା ୟୁରୋପିଅନ ଦେଶ ଭଳି ହୋଇଛି, କଂଗ୍ରେସ ସମୟରେ କାହିଁ ଏମିତି ରାସ୍ତା ନଥିଲା ।

ମହିଳା ନିଖୋଜ ସବୁଠୁ ଚିନ୍ତାଜନକ ଅଧିକ ଥିଲା ଗତ ସରକାରରେ । ରାହୁଲ ଗାନ୍ଧୀ ତଥ୍ୟ ଦିଅନ୍ତୁ, ଗୋଟେ ବର୍ଷର ୪୦ ହଜାରରୁ ୪୦୦ ନାଁ ଦିଅନ୍ତୁ । ସେ ଯଦି ତଥ୍ୟ ଦେବେ ଓଡ଼ିଶା ପୋଲିସ ଖୋଜି ବାହାର କରିବେ ବୋଲି ଜୟନାରାୟଣ କହିଛନ୍ତି ।

You Can Read:

ସୁନ୍ଦରଗଡ଼ ଜିଲ୍ଲାରେ ମାସକରେ ଗଲାଣି ୧୫ ଜୀବନ, ଗ୍ରାମାଞ୍ଚଳରେ ସ୍ଥିତି ଉଦବେଗଜନକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.