FM ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ, କୁଳାଧିପତି ଭାବେ ରାଜ୍ୟପାଳ ନ୍ୟାୟ ପ୍ରଦାନ କରିବାକୁ ଲୋଡ଼ିଲେ ହସ୍ତକ୍ଷେପ

Published By : Prameya-News7 Bureau | July 13, 2025 IST

ଭୁବନେଶ୍ବର ୧୩।୭: ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତ ନବୀନ ପଟ୍ଟନାୟକ । ଗୁରୁତର ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ । ଏହାସହ ଏହି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ ଦଳ ନେତା । 

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନବୀନ ଲେଖିଛନ୍ତି, କଲେଜର ଜଣେ ଅଧ୍ୟାପକଙ୍କ ଦ୍ଵାରା ଛାତ୍ରୀ ଜଣକ ଦୁର୍ବ୍ୟବହାରର ଶିକାର ହୋଇଥିଲେ । ଏ ସଂପର୍କରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସତ୍ତ୍ଵେ ତାଙ୍କୁ ନ୍ୟାୟ ମିଳିନଥିଲା । କୌଣସି ଆକ୍ସନ ନ ହେବାରୁ ପ୍ରିନ୍ସିପାଲଙ୍କ ଅଫିସ ଆଗରେ ସେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଏଥିରୁ ଜଣାପଡୁଛି, କେମିତି ବାରମ୍ଵାର ଚେଷ୍ଟା ସତ୍ତ୍ଵେ ଛାତ୍ରୀ ଜଣଙ୍କ ନ୍ୟାୟରୁ ବଞ୍ଚିତ ହୋଇଥିଲେ । ବିଶ୍ବବିଦ୍ୟାଳୟର କୁଳାଧିପତି ଭାବେ ଛାତ୍ରୀ ଜଣଙ୍କୁ ରାଜ୍ୟପାଳ ନ୍ୟାୟ ପ୍ରଦାନ କରନ୍ତୁ ।

You Can Read:

ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି ନବୀନ ପଟ୍ଟନାୟକ, ତାଙ୍କ ମାର୍ଗଦର୍ଶନରେ ହିଁ କାର୍ଯ୍ୟକ୍ରମ ଚାଲୁଛି ଓ ଚାଲୁଥିବା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.