କଟକ ୨୯।୧: ବିଏମ୍ସି ଏବଂ ସିଏମ୍ସି କମିଶନରଙ୍କୁ ହାଇକୋର୍ଟଙ୍କ ତାଗିଦ । ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ୧୫ ଦିନର ନୋଟିସ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ବିନା ନୋଟିସ୍ରେ ଉଭୟ ସହରାଞ୍ଚଳରେ ହୋଇ ପାରିବନି ଉଚ୍ଛେଦ । ଉଚ୍ଛେଦ ବେଳେ ଓଡ଼ିଶା ପୌର ନିଗମ ଆଇନ କଡାକଡି ଅନୁପାଳନ ଉପରେ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ଉଭୟ ବିଏମସି ଏବଂ ସିଏମସି କମିଶନର ଭର୍ଚୁଆଲରେ ହାଜର ହୋଇଥିଲେ । ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରି ଉଚ୍ଛେଦ କରିବାକୁ ବିରୋଧ କରି ଦାୟର ହୋଇଥିଲା ମାମଲା । ଆସନ୍ତା ଫେବୃଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।
You Can Read:
ବିଇଏମସି ବୈଠକରେ ଷ୍ଟାଣ୍ଡିଂ କମିଟିକୁ ନେଇ ୨ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ, ଅଧାରୁ ଉଠି ଚାଲିଗଲେ କମିଶନର ଓ ମେୟର