ଥାନାଧିକାରୀଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି ବୈଠକ; ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

Published By : Prameya-News7 Bureau | May 31, 2023 IST

ବିନିକା ୩୧/୦୫: ବିନିକା ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ପବିତ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଟ୍ରାଫିକ ସମସ୍ୟା, ସନ୍ଧ୍ୟାରେ କଡାକଡି ପେଟ୍ରୋଲିଂ, ହେଲମେଟ ଚେକିଂକୁ ଗୁରୁତ୍ୱ ଦିଆଯାଇଥିଲା।

{"id":795876,"sizeSlug":"full","linkDestination":"none"}

ସେହିପରି ରାସ୍ତାରେ ଦୃତ ଗତିରେ ଗାଡି ଚଳାଉଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ବରିଷ୍ଟ ନାଗରିକ ଚିହ୍ନଟ ସହ ଫର୍ମ ଆବେଦନ ଉପରେ ଗୁରୁତ୍ୱ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସହର ସହିତ ବିଭିନ୍ନ ବ୍ଲକର ସଚେତନ ନାଗରିକ ଉପସ୍ଥିତ ଥିଲେ।

{"id":795877,"sizeSlug":"full","linkDestination":"none"}

ଏଥିରେ ଅବସରପ୍ରାପ୍ତ ଶିକ୍ଷକ ବିନୋଦ ବିହାରୀ ନାଏକ, ବିନିକା ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର, ପୀତବାସ ମେହେର, ଗୋପାଳ ମହାନ୍ତି ଆଲୋଚନାରେ ଭାଗ ନେଇଥିଲେ। ଅନ୍ୟପଟେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଏଥିରେ ଭାଗ ନେଇ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.