ଭୟରେ ଛାନିଆ ପାକିସ୍ତାନ....କେତେବେଳେ ଚୀନ୍ ତ କେତେବେଳେ ଆରବ ଓ ବ୍ରିଟେନରୁ ସାହାଯ୍ୟ ମାଗୁଛନ୍ତି ବୈଦେଶିକ ମନ୍ତ୍ରୀ

Published By : Prameya-News7 Bureau | April 28, 2025 IST

ନୂଆଦିଲ୍ଲୀ ୨୮/୦୪: ପହଲଗାମ ଆକ୍ରମଣ ପରେ ଛାନିା ପାକିସ୍ତାନ । ଚାରିଆଡୁ ପାକ୍‌କୁ ଭାରତ ଘେରିବା ପରେ ଏବେ ସେ ଭୟରେ ବିଳିବିଳାଇଲାଣି । ଖାସ୍ କରି ସିନ୍ଧୁ ନଦୀ ଚୁକ୍ତିନାମାକୁ ସ୍ଥଗିତ ରହିବା ପରେ ପାକିସ୍ତାନର ବଢିଯାଇଛି ଟେନ୍‌ସନ୍ । ଏହାରି ଭିତରେ ସେ ବାର ଦୁଆର ବୁଲି ସହାୟତା ମାଗୁଛି । 

କେତେବେଳେ ଚୀନ ତ ଆଉ କେତେବେଳେ କେତେବେଳେ ସାଉଦି ଆରବ ଆଡକୁ ଢଳୁଛି । ଖାଲି ଏହି ଦୁଇ ଦେଶ ବ୍ରିଟେନ୍‌କୁ ବି ସହାୟତରା ହାତ ବଢାଇଛନ୍ତି । ଯୁଦ୍ଧ ଆଶଙ୍କା ମଧ୍ୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଚୀନର ବୈଦେଶିକ ମନ୍ତ୍ରୀଙ୍କୁ ଫୋନ୍ କରି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଡାର କେବଳ ଚୀନ୍ ନୁହେଁ ବରଂ ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଡେଭିଡ୍ ଲାମି ଏବଂ ଅନ୍ୟାନ୍ୟ ଆଞ୍ଚଳିକ ପ୍ରତିପକ୍ଷଙ୍କୁ ମଧ୍ୟ ପରିସ୍ଥିତି ବିଷୟରେ ଆଲୋଚନା କରିବାକୁ ଡାକିଛନ୍ତି।

ସ୍ଥାନୀୟ ରିପୋର୍ଟ ଅନୁସାରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଫୋନ୍ କରି ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ। ଡାରଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଉଭୟ ନେତା ଏକପାଖିଆ କାର୍ଯ୍ୟ ଓ ଆଧିପତ୍ୟବାଦୀ ନୀତିକୁ ବିରୋଧ କରିଥିଲେ । ବିବୃତ୍ତିରେ କୁହାଯାଇଛି ଯେ ଡାର ଭାରତର ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପାକିସ୍ତାନ ବିରୋଧରେ ଏହା ଅପପ୍ରଚାର ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.