କ୍ରିକେଟ ଇତିହାସରେ ପ୍ରଥମ, ଭାରତ ଜର୍ସିରେ ଲେଖାଯିବ ପାକିସ୍ତାନ

Published By : Prameya-News7 Bureau | August 10, 2023 IST

ନୂଆଦିଲ୍ଲୀ ୧୦/୦୮: ପାକିସ୍ତାନ ଏବଂ ଶ୍ରୀଲଙ୍କାର ଆୟୋଜନରେ ଖେଳାଯିବ ଏସିଆ କପ୍ ୨୦୨୩ । ତେବେ କ୍ରିକେଟ ଇତିହାସରେ ଏହା ପ୍ରଥମ ଘଟଣା ହେବ । ପ୍ରଥମ ଥର ପାଇଁ ଭାରତୀୟ ଦଳର ଜର୍ସିରେ ରହିବ ପାକିସ୍ତାନର ନାମ । ଅଗଷ୍ଟ ୩୦ରୁ ଖେଳାଯିବ ଏସିଆ କପ୍ ୨୦୨୩ । ଏସିଆ କପ୍‌ର କିଛି ମ୍ୟାଚ୍ ପାକିସ୍ତାନରେ ଏବଂ ବାକି ଶ୍ରୀଲଙ୍କାରେ ଖେଳାଯିବ ।

ଭାରତୀୟ ଦଳ ଶ୍ରୀଲଙ୍କାରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଏହାର ସମସ୍ତ ମ୍ୟାଚ୍ ଖେଳିବ । ଯଦିଓ ପାକିସ୍ତାନ ଏସିଆ କପ୍‌ର ମୁଖ୍ୟ ଆୟୋଜକ, ତଥାପି ଭାରତୀୟ ଜର୍ସିରେ ପାକିସ୍ତାନର ନାମ ଲେଖାଇବାକୁ ପଡିପାରେ । ତେବେ ଯଦି ଏହି ନା ଲେଖାଯିବ କେଉଁଠି ଲେଖାହେବ ତାକୁ ନେଇ ଶୁଣିବାକୁ ମିଳିଛି ଅନେକ ଚର୍ଚ୍ଚା ।

ଭାରତର ଜର୍ସିରେ ପାକିସ୍ତାନର ନାମ ଏସିଆ କପ୍ ଲୋଗୋ ତଳେ ରହିବ । ତେବେ ଏପର୍ଯ୍ୟନ୍ତ ସରକାରୀ ସୂଚନା ପ୍ରକାଶ ପାଇନାହିଁ । କହିବାକୁ ଗଲେ ଏସିଆ କପ୍‌ରେ ଭାରତୀୟ ଦଳ ୨ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମହାନ ମ୍ୟାଚ୍ ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ହାଉସଫୁଲ୍ ହେବ ବୋଲି ଆଶା କରାଯାଉଛି ।

ଗ୍ରୁପ୍ ପର୍ଯ୍ୟାୟ ବ୍ୟତୀତ ସୁପର- ୪ ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ । ଯଦି ଉଭୟ ଦଳ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ଉଭୟଙ୍କ ମଧ୍ୟରେ ଆଉ ଏକ ମ୍ୟାଚ୍ ଦେଖିବାକୁ ମିଳିବ । ସୁପର-୪ ବ୍ୟତୀତ ଫାଇନାଲରେ ବି ଉଭୟଙ୍କ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ । ଏହି ପରିପ୍ରେକ୍ଷୀରେ ଭାରତ-ପାକିସ୍ତାନ କେବଳ ଏସିଆ କପରେ ଥରେ ନୁହେଁ ତିନିଥର ମୁହାଁମୁହିଁ ହୋଇପାରନ୍ତି ।

you can also read...

wp:embed {"url":"https://www.prameyanews7.com/muttiah-muralitharan-to-open-beverage-cane-factory/","type":"wp-embed","providerNameSlug":"prameya-news-7"}
https://www.prameyanews7.com/muttiah-muralitharan-to-open-beverage-cane-factory/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.