ଭୁବନେଶ୍ବର ୩।୬: ପଞ୍ଚାୟତିରାଜ ବିଭାଗ ସ୍କାନରରେ ‘ମୂଷା’ । ପୁରୁଣା ‘ମୂଷା’ ହେଉ କି ନୂଆ ‘ମୂଷା’ । ଦଣ୍ଡ ନିଶ୍ଚିତ ପାଇବେ । ମୂଷା ହୁଅନ୍ତୁ କି ବିରାଡ଼ି ସମସ୍ତେ ଆଇନ ଆଗରେ ସମାନ । ଏଭଳି କିଛି ଇଙ୍ଗିତ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ।
ମନ୍ତ୍ରୀ କହିଛନ୍ତି, ଆମେ ଏଭଳି ମୂଷାଙ୍କୁ ଖୋଜୁଛୁ । ଏବେ ଯେଉଁମାନେ ଭିଜିଲାନ୍ସରେ ଧରାପଡିଛନ୍ତି । ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ ଜେଇ ଓ ବିଡିଓଙ୍କୁ ନିଲମ୍ବନ କରିଛି । ଆମକୁ କିଛି ଅଭିଯୋଗ ଆସିଥିଲା । ତଦନ୍ତ ନିର୍ଦ୍ଦେଶ ଦେଇଛୁ । ଯିଏ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଭୁଲ୍ କାମ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଜେଲ୍ରେ ଅଛନ୍ତି ଅନେକ ଅଫିସର