ଭୁବନେଶ୍ୱର ୨୫।୦୪ : ୪୫ ବର୍ଷ ପରେ ଶିମିଳିପାଳ ପାଇଲା ଜାତୀୟ ଉଦ୍ୟାନ ମାନ୍ୟତା। ଗୁରୁବାର ଅର୍ଥାତ୍ ଏପ୍ରିଲ ୨୪ରେ ଶିମିଳିପାଳକୁ ସରକାରୀ ଭାବେ ନ୍ୟାସନାଲ ପାର୍କ ବା ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧୯୮୦ ମସିହାରେ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ୧୯୮୫-୮୬ ମସିହାରେ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ସବୁ ପ୍ରକ୍ରିୟା ସରିବା ପରେ ଗୁରୁବାର ଏନେଇ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ଉଦ୍ୟାନ ଘୋଷଣା ପରେ ଏବେ ଶିମିଳିପାଳ ଉପରେ କୌଣସି ବ୍ୟକ୍ତି ବିଶେଷଙ୍କର କୌଣସି ଅଧିକାର ନାହିଁ। ସମ୍ପୂର୍ଣ ଅଧିକାର ସରକାରଙ୍କର। ଏବେ ଶିମିଳିପାଳର ଏହି ୮୪୫ ବର୍ଗ କିଲୋମିଟର ଅଞ୍ଚଳରେ କୌଣସି ଜନବସତି ନାହିଁ।
ସୁରକ୍ଷାରେ ତ୍ରୁଟି, ଇଣ୍ଟେଲିଜେନ୍ସି ଫେଲ୍...? ପହଲଗା...
