ବିଶ୍ବର ଏପରି ଏକ ଦେଶ; ଯେଉଁଠି ବିମାନ ଉଡାଇବାକୁ ଡରନ୍ତି ପାଇଲଟ, ଜାଣନ୍ତୁ ଏହା ପଛର କାରଣ...

Published By : Prameya-News7 Bureau | September 08, 2024 IST

ନୂଆଦିଲ୍ଲୀ ୦୮।୦୯: ବିମାନରେ ଯାତ୍ରା କରିବା ସମସ୍ତଙ୍କୁ ଆସିଥାଏ ମଜା । କିନ୍ତୁ ଏହି ଉଡାଣ ପାଇଲଟଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ବାସ୍ତବରେ ପାଇଲଟମାନେ ପ୍ରତ୍ୟେକ ପରିସ୍ଥିତିରେ ବିମାନ ଉଡ଼ାଇବାରେ ସକ୍ଷମ ଅଟନ୍ତି । କିନ୍ତୁ ପୃଥିବୀରେ ଏପରି ଏକ ସ୍ଥାନ ରହିଛି, ଯେଉଁଠାରେ ପାଇଲଟ୍ମାନେ ବିମାନ ଉଡ଼ିବାକୁ ଭୟ କରନ୍ତି । 

ସେଥିପାଇଁ ଏହି ସ୍ଥାନରେ ବିମାନ ଉଡ଼ାନ୍ତିନି ପାଇଲଟ୍ । ଚୀନ୍ ସୀମାବର୍ତ୍ତୀ ତିବ୍ଦତ ବହୁତ ସୁନ୍ଦର, କିନ୍ତୁ ଏହି ଅଞ୍ଚଳ ପର୍ବତରେ ପରିପୂର୍ଣ୍ଣ  । ତେଣୁ ଏଠାରେ ବିମାନ ଉଡ଼ାଇବା ବିପଜ୍ଜନକ ଅଟେ। ଏସିଆରେ ଯାତ୍ରା କରୁଥିବା ବିମାନଗୁଡ଼ିକ ତିବ୍ଦତ ଦେଇ ଯାଇନଥାଏ । 

ତିବ୍ଦତ ହେଉଛି ବିଶ୍ୱର ସର୍ବୋଚ୍ଚ ମାଳଭୂମି । ଯେଉଁ କାରଣରୁ ଏହି ଅଞ୍ଚଳ ଉପରେ ବିମାନ ଉଡ଼ାଣ କରିନଥାଏ । ତିବ୍ଦତକୁ କୁହାଯାଏ ଦୁନିଆର ଛାତ   । ତିବ୍ଦତୀୟ ମାଳଭୂମି ମଧ୍ୟ ଏସିଆର ଏକ ବିସ୍ତୃତ, ଉଚ୍ଚତର ଅଞ୍ଚଳ । ଏହା ପ୍ରାୟ ୨.୫ ନିୟୁତ ବର୍ଗ କିଲୋମିଟରରେ ବ୍ୟାପିଛି ଏବଂ ଏହାର ହାରାହାରି ଉଚ୍ଚତା ୪୫୦୦ ମିଟରରୁ ଅଧିକ । 

ତିବ୍ଦତରେ ଅନେକ ଉଚ୍ଚ ପର୍ବତ ରହିଛି । ଦୁନିଆର ଦୁଇଟି ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଏବଂ କେ-୨ ଏଠାରେ ଅବସ୍ଥିତ । ଏଠାରେ ବିମାନ ଉଡ଼ାଣରେ ଅନେକ ଆହ୍ବାନ ରହିଥାଏ । ଏଠାରେ ବାଣିଜ୍ୟିକ ବିମାନଗୁଡ଼ିକ ଉଡ଼ିବା କଷ୍ଟକର ହୋଇଯାଏ । 

ଯଦି କୌଣସି କାରଣରୁ ବିମାନର ମୁଖ୍ୟ ଇଞ୍ଜିନ୍ ଫେଲ୍ ହୋଇଯାଏ, ତେବେ ଏହା ଅନ୍ୟ ଇଞ୍ଜିନ ସାହାଯ୍ୟରେ ଉଡ଼ାଯାଏ । କିନ୍ତୁ ବିମାନ ଦ୍ବିତୀୟ ଇଞ୍ଜିନ ସାହାଯ୍ୟରେ ଅଧିକ ଉଚ୍ଚତାରେ ଉଡିପାରିନଥାଏ । 

ଏଭଳି ପରିସ୍ଥିତିରେ ଏହାକୁ ବହୁତ କମ୍ ଉଚ୍ଚାରେ ଉଡ଼ିବାକୁ ପଡିଥାଏ । ଏପରି ହେବା ଦ୍ବାରା ତାଙ୍କୁ ବହୁତ କମ୍ ଉଚ୍ଚରେ ଉଡିବାକୁ ପଡିଥାଏ ଏବଂ ଯେକୌଣସି ପର୍ବତ ସହିତ ମାଡ ହୋଇପାରେ । ତେଣୁ ଏହି ସ୍ଥାନରେ ଉଡିନଥାଏ ବିମାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.