ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ, ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢ଼ା

Published By : Prameya-News7 Bureau | July 07, 2025 IST

ଭୁବନେଶ୍ବର ୭।୭: ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରଥମ ମେରିଟ୍ ଲିଷ୍ଟ ସୋମବାର ପ୍ରକାଶ ପାଇଛି । ପୁଣି ୨୧ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବା ସହ ସ୍ପଟ୍ ଆଡମିଶନ ମଧ୍ୟ କରାଯିବ । କିନ୍ତୁ ୨୪ ତାରିଖରେ ଯୁକ୍ତ ୨ ପାଠପଢ଼ା ଆରମ୍ଭ ହେବ ବୋଲି ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାର ପ୍ରକାଶ ପାଇଛି ଯୁକ୍ତ ୨ର ପ୍ରଥମ ପର୍ଯ୍ୟାୟ ପ୍ରଥମ ମେରିଟ୍ ତାଲିକା । ୯୨ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ତାଲିକାରେ ଚୟନ ହୋଇଛନ୍ତି । ଆର୍ଟସ, ସାଇନ୍ସ ଓ କମର୍ସର ସର୍ବାଧିକ କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ।

ଚଳିତ ବର୍ଷ ୪ ଲକ୍ଷ ୪୬ ହଜାର ୨୦୫ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୪ ଲକ୍ଷ ୧୩ ହଜାର ୮୦୪ ଜଣ ଛାତ୍ରଛାତ୍ରୀଙ୍କ ପ୍ରଥମ ଚୟନ ତାଲିକାରେ ନାମ ରହିଛି ।  ଆର୍ଟସ ପାଇଁ ୨ ଲକ୍ଷ ୬୪ ହଜାର ୭୬୬ ଜଣ ଛାତ୍ରଛାତ୍ରୀ ସିଲେକ୍ଟ ହୋଇଥିବା ବେଳେ କମର୍ସରେ ୨୦ ହଜାର ୫୫୨ ଓ ବିଜ୍ଞାନ ପାଇଁ ଏକ ଲକ୍ଷ ୧୭ ହଜାର ୮୯ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ୩୨ ହଜାର ୪୦୧ ଜଣ ଛାତ୍ରଛାତ୍ରୀ ପ୍ରଥମ ସିଲେକ୍ସନରେ ସ୍ଥାନ ପାଇଁ ନାହାନ୍ତି । ପୁଣି ଦ୍ଵିତୀୟ ସେଲେକ୍ସନ ତାଲିକା ପ୍ରକାଶ ପାଇବ । ୨୪ ଜୁଲାଇରୁ ଆରମ୍ଭ ହେବ ଯୁକ୍ତ ଦୁଇ ପାଠପଢା । 


You Can Read:

ଯିଏ ସଭାପତି ସେ ନାମାଙ୍କନ ଭରିବେ, ତାଙ୍କ ପାଖକୁ ନିର୍ଦ୍ଦେଶ ଯାଇ ସାରିଥିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.