ଖୁବ୍‌ଶୀଘ୍ର ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ବଢ଼ିବ +୩ ନାମଲେଖା ଆବେଦନ ଅବଧି

Published By : Prameya-News7 Bureau | May 20, 2025 IST

ଭୁବନେଶ୍ବର ୨୦: ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଯୁକ୍ତ ଦୁଇ ରେଜଲ୍ଟ ବାହାରିବାକୁ ଆଉ ବିଳମ୍ବ ହେବନି । ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯେହେତୁ ଆଜି ଯୁକ୍ତ ତିନି ଆବେଦନର ଶେଷ ତାରିଖ, ଉଚ୍ଚ ଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି କରିବାକୁ ନିବେଦନ କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । 

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା ।  ମେ’ ୧ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଯାଇଛି । ପୂର୍ବରୁ ମେ’ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ସିଏଚ୍‌ଏସ୍‌ଇ ଲକ୍ଷ୍ୟ ରଖିଥିଲା । ତେବେ ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ୬୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏକସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବ । ସମସ୍ତ ରେଜଲ୍ଟ ଏକାସାଙ୍ଗେ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ କହିଥିଲେ ।

ଏଥର ମାଲ୍ ପ୍ରାକ୍ଟିସ୍ ବା ଏମ୍‌ପିରେ ବୁକ୍ ହୋଇଥିବା ଛାତ୍ରୀଛାତ୍ରଙ୍କୁ ମିଳିବ ଆଶ୍ବସ୍ତି । କୌଣସି ଭୁଲ୍ ନଥାଇ ତ୍ରୁଟିପୂର୍ଣ୍ଣ ଭାବେ ଏମ୍‌ପିରେ ବୁକ୍ ହୋଇଥିଲେ ସେମାନଙ୍କ ପରୀକ୍ଷାଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ ।



You Can Read:

ଟ୍ରକ୍ ଚାପାରେ ସ୍ତ୍ରୀ ମୃତ, ଗୁରୁତର ସ୍ବାମୀ ମେଡ଼ିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.