ଭଦ୍ରକ ୧।୬: ମଦୁଆଙ୍କୁ ଗୋଡ଼ାଇ ଗୋଡେଇ ପିଟିଲା ପୋଲିସ । ଆଇନ ଭାଙ୍ଗି ଖୋଲାଖୋଲି ମଦ ପିଇବା ବେଳ ଆକ୍ସନକୁ ଆସିଲା ପୋଲିସ । ଗୋଟିଏ ନୁହେଁ ଏକାଧିକ ମଦ ଦୋକାନ ସାମ୍ନାରେ ପୋଲିସର ଆକ୍ସନ ଦେଖିବାକୁ ମିଳିଛି ।
ରାଜ୍ୟ ସରକାର ମଦ କାରବାର ଉପରେ କଡ଼ାକଡ଼ି ଆଇନ ଲାଗୁ କରିବାକୁ ଯୋଜନା କରୁଥିବା ବେଳେ ଆକ୍ସନ ମୋଡ଼ରେ ଏବେ ଭଦ୍ରକ ସହରାଞ୍ଚଳ ପୋଲିସ । ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ମଦୁଆଙ୍କୁ ସାବାଡ଼ କରିବାକୁ ପୋଲିସ କଡ଼ା ଆକ୍ସନ ନେଇଛି । ଭଦ୍ରକ ସହରାଞ୍ଚଳ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ଭଦ୍ରକ ସହରର ବାଇପାସ୍, ଚରମ୍ପା ଓ ବନ୍ତ ଛକ ମଦ ଦୋକାନ ବାହାରେ ଖୁଲମଖୁଲା ମଦ ପିଉଥିବା ମଦୁଆଙ୍କୁ ମାଡ ଆଉ ଘଉଡ଼ାଇବାର ଦୃଶ୍ୟ ଦେଖିବାକୁ ମିଳିଛି । ମଦ ଦୋକାନରୁ ମଦ କିଣି ସେହିଠାରେ ମଦ ପିଉଥିବା ବେଳେ ପୋଲିସ ଆକ୍ସନ ନେଇଛି ।
You Can Read:
ଝାଡ଼ଖଣ୍ଡରେ IED ବ୍ଲାଷ୍ଟରେ ପ୍ରାଣ ହରାଇଲେ ଯୁବକ, ସେପଟେ ଛତିଶଗଡ଼ରେ ୧୨ ଆଇଇଡି ନିଷ୍କ୍ରିୟ