ଅପହରଣ ମାମଲାରେ ଅଟକ ଥିଲେ ଦମ୍ପତ୍ତି, କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଲହୁଲୁହାଣ

Published By : Prameya-News7 Bureau | April 23, 2025 IST

କଣ୍ଟାବାଞ୍ଜି ୨୩।୪ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାରେ ଚାଞ୍ଚଲ୍ୟ । ଥାନା ଭିତରେ ଅଟକ ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ ଥାନାରେ ଥିବା କନେଷ୍ଟବଳ ଗୁରୁତର ହୋଇଛନ୍ତି । ଗୁରୁତର କନେଷ୍ଟବଳ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଢୋଲମାନ୍ଦଲ ଗ୍ରାମର ମଗଶିର ପରାଭୋଇ ଓ ତାଙ୍କ ସ୍ତ୍ରୀ ମୁରିବାହାଲ ଥାନା କୁମ୍ଭାରୀ ଗ୍ରାମକୁ ନିଜ ପୁଅର ବିବାହ ପାଇଁ ଝିଅ ଦେଖିବାକୁ ଆସିଥିଲେ । କନ୍ୟା ପକ୍ଷର ଲୋକେ ଝିଅର ବୟସ ହୋଇନଥିବାରୁ ମନା କରିଥିଲେ । ସେଠାରୁ ସ୍ୱାମୀ-ସ୍ତ୍ରୀ ଝିଅକୁ ଅପହରଣ କରି ଫେରାର ମାରୁଥିବା ବେଳେ ଝିଅ ପକ୍ଷର ଅଭିଯୋଗ ପରେ ମୁରିବାହାଲ ପୋଲିସ ମୁରିବାହାଲ ପ୍ଲାଟଫର୍ମରୁ ଝିଅକୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ଥାନାରେ ଅଟକ ରଖିଥିଲେ । 

ଅପହରଣ ମାମଲାରେ ଥାନାରେ ଅଟକ ଥିବା ମଗଶିର ପରାଭୋଇ ବିଳମ୍ବିତ ରାତିରେ ଥାନା ଭିତରେ ପୋଲିସ କନେଷ୍ଟବଳ ସୁଦାମ ନାଗଙ୍କୁ ମାଡ଼ ମାରିବାରୁ ଗୁରୁତର ହୋଇଥିଲେ । ମାଡ଼ ମାରି ଥାନା ଭିତରୁ ଅଭିଯୁକ୍ତ ମଗଶିର ପରାଭୋଇ ଚମ୍ପଟ ମାରିଥିବା ବେଳେ ପୋଲିସ ତାକୁ କାବୁ କରିଥିଲା ।   ଗୁରୁତର କନେଷ୍ଟବଳ ସୁଦାମ ନାଗଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କଣ୍ଟାବାଞ୍ଜି ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

You Can Read:

ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ : ଏହିସବୁ ସ୍ଥାନରେ ହେଲା ସ୍ଥାପନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.