ଭୁବନେଶ୍ବର ୧।୮: OTET ପ୍ରଶ୍ନପତ୍ର ଲିକ୍ ନେଇ ତେଜିଲା ରାଜନୀତି । ବିଜେପି ବିଧାୟକ ସରୋଜ ପାଢ଼ୀ କହିଲେ, ଦୀର୍ଘ ବର୍ଷ ହେବ ଏଭଳି ମିଳିତ ଭାବେ କାମ ଚାଲିଥିଲା । ଅସାଧୁ କର୍ମଚାରୀ ମାନେ ପ୍ରଶ୍ନପତ୍ର ବିକି ଅର୍ଥ ସଂଗ୍ରହ କରୁଥିଲେ । ଏବେ ମୋହନ ମାଝୀଙ୍କ ସରକାର ଆସିବା ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଧୀରେ ଧୀରେ ଷ୍ଟ୍ରିମ୍ ଲାଇନ୍ ହେଉଛି ବୋଲି ସେ କହିଛନ୍ତି ।
ସେପଟେ ପାଲଟା ଜବାବ ଦେଇଛି ବିଜେଡି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ନିଜ ସବୁ ଦୋଷ ଲୁଚାଇବା ପାଇଁ ୨୪ ବର୍ଷ ସରକାରକୁ ଦାୟୀ କରୁଛନ୍ତି । ବର୍ଷେ ହେଲାଣି କିଛି ଠିକ୍ ଚାଲିନି । ଆଶ୍ଚର୍ଯ୍ୟର କଥା ହେଲା ବୋର୍ଡ ଉପ ସଭାପତିଙ୍କ ଲପଟପ୍ରୁ ଲିକ୍ ହୋଇଯାଉଛି । ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ନୂଆ ବିଲ୍ ଆଣିଥିଲେ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିଭଳି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, ଇଏ ସରକାରରେ ଯାହା ଯାହା ପରୀକ୍ଷା ହେଉଛି କେଉଁଠି ପ୍ରଶ୍ନପତ୍ର ଲିକ୍ ହେଉଛି ତ ଆଉ କେଉଁଠି ପରିଚାଳନାରେ ବିଭ୍ରାଟ ହେଉଛି । ସରକାର ଗୋଟେ ବିଲ୍ ବି ବିଧାନସଭାରେ ଆଣିଥିଲେ ଯେ ଏଭଳି ଘଟଣା ଘଟିଲେ କୋଟିଏ ଟଙ୍କାର ଜରିମାନା ଓ ସଶ୍ରମ କାରାଦଣ୍ଡ ହେବ । ଯେତେ କଡା ଆଇନ ଆଣିବା ପରେ ନିଜ ଦପ୍ତର ସମ୍ଭାଳି ପାରୁନାହାନ୍ତି ସରକାର । ଏହି କାମ କେହି ବାହାର ଲୋକ କରିନାହାନ୍ତି । ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ହିଁ କରିଛନ୍ତି । ଏଥିରୁ ଜଣାପଡ଼ୁଛି ସରକାରଙ୍କର ସବୁ ଖୋଲା ହୋଇଯାଇଛି । କିଛି ସୁରକ୍ଷା ହିଁ ନାହିଁ । ଯେଉଁମାନେ ରକ୍ଷକ ସେହିମାନେ ହିଁ ଭକ୍ଷକ । ଯେଉଁମାନେ ସମ୍ପୃକ୍ତ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ପିଲାଙ୍କ ପରୀକ୍ଷା ତୁରନ୍ତ ସରକାର କରାନ୍ତୁ ବୋଲି ଗୌତମ ବୁଦ୍ଧ ଦାସ କହିଛନ୍ତି ।
You Can Read: