ଭୁବନେଶ୍ବର ୨।୨: ଚଳିତ ବଜେଟ୍ରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ ଓଡ଼ିଶା । ହେଲେ ଓଡ଼ିଶାକୁ ଅସ୍ତ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟରେ ବିହାରକୁ ଦେଇ ଓଡ଼ିଶାକୁ ଅବହେଳା କରାଯାଇଛି ।
ଅନ୍ୟ ରାଜ୍ୟ ତୁଳନାରେ କ’ଣ ଓଡ଼ିଶା ଅଧିକ ପାଇଛି କି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଏହା ଓଡ଼ିଶା ପ୍ରତି ଅନ୍ୟାୟ । ବଜେଟ୍ ଖସଡ଼ାରେ ଓଡ଼ିଶା ପାଇଁ କିଛି ମିଳିନି । ବିହାର, ଆନ୍ଧ୍ର ପାଇଁ ମିଳିଗଲା । ଓଡ଼ିଶା ପାଇଁ ଏତେ ବୈମାତୃକ ମନୋଭାବ କାହିଁକି ବୋଲି ମଧ୍ୟ ପ୍ରସନ୍ନ ପ୍ରଶ୍ନ କରିଛନ୍ତି । ଓଡ଼ିଶା ପାଇଁ ସମାରୋହ କରି ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଓଡ଼ିଶା ପାଉଛି କ’ଣ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
You Can Read:
ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ମୁତୟନ ହେବେ ୩୩ ପ୍ଲାଟୁନ ଫୋର୍ସ, ସବୁ ନିୟମ ମାନି ସାମିଲ ହେବାକୁ ଅପିଲ୍