ନୌସେନା ଯୁଦ୍ଧପୋତରେ ମୁତୟନ ମହିଳା ସୈନିକଙ୍କ ପାଇଁ ଆସିବା ନୂଆ ଡ୍ରେସକୋଡ

Published By : Prameya-News7 Bureau | November 12, 2023 IST

ନୂଆଦିଲ୍ଲୀ ୧୨।୧୧: ଭାରତୀୟ ନୌସେନାର ଯୁଦ୍ଧପୋତମାନଙ୍କରେ ମୁତୟନ ମହିଳା ସୈନିକଙ୍କ ନିମନ୍ତେ ଏବେ ନୂଆ ଡ୍ରେସ୍‌ ପାଇଁ ପ୍ରସ୍ତୁତି ଚାଲିଛି। ଏହି ୟୁନିଫର୍ମ ଅଧିକ ଆରାମ ଦାୟକ ଓ ତ୍ୱରିତ ସମୟରେ ମହିଳାଙ୍କ ଶାରୀରିକ ଆବଶ୍ୟକତାକୁ ପୂରା କରିପାରୁଥିବ। ଯୁଦ୍ଧପୋତରେ ସେବାରତ ମହିଳା ସୈନିକଙ୍କ ନିମନ୍ତେ  ଭାରତୀୟ ନୌସେନା ଏର୍ଗୋନମିକ ଡିଜାଇନର ୟୁନିଫର୍ମ ତିଆରି କରିବ ଓ ପ୍ରଥମ ଥର ଅଧିକାରୀ ରାଙ୍କ (ପିବିଓଆର) କ୍ୟାଡରରୁ ତଳକୁ ଏହି ସେବାରେ କର୍ମଚାରୀଙ୍କୁ ସାମିଲ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହା ଛଡା ନୌସେନାର ସବୁ ଅଧିକାରୀ ଓ ସେଲର( ପୁରୁଷ ଓ ମହିଳା)ଙ୍କ ୟୁନିଫର୍ମର ଷ୍ଟାଣ୍ଡାର୍ଡାଇଜେସନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହି ୟୁନିଫର୍ମ ଅଗ୍ନି ନିରୋଧକ ହୋଇଥିବା ବେଳେ ଯୁଦ୍ଧପୋତରେ ସେବାରତ କର୍ମଚାରୀଙ୍କ ନିମନ୍ତେ ଷ୍ଟାଣ୍ଡାର୍ଡ ୱାର୍କୱେର ହୋଇପାରିବ। ଯାହା ମହିଳା କର୍ମଚାରୀଙ୍କ ନିମନ୍ତେ ଅଧିକ ଆରାମପ୍ରଦ ହେବ। ନୌସେନାରେ ସବୁ ବର୍ଗରେ ପିବିଓଆର କ୍ୟାଡର ପ୍ରଚଳନ କରିବାରେ ୩ ସେବାରେ ପ୍ରଥମ। ମହିଳା ଅଧିକାରୀ ଓ ନାବିକଙ୍କ ନିମନ୍ତେ ପୋଷାକ ଉପରେ ଏବେ କାମ କରାଯାଉଛି।

ଅଧିକାରୀ କହିଛନ୍ତି ଯେ ନୂଆ ଡିଜାଇନର ଡ୍ରେସ୍ ନିମନ୍ତେ ବିଭିନ୍ନ ନୌସୈନିକ କମାଣ୍ଡୋ  ଓ ପ୍ରତିଷ୍ଠାନମାନଙ୍କରୁ ପ୍ରତିକ୍ରିୟା ମଗା ଯାଇଛି। ବର୍ତ୍ତମାନ ପାଖାପାଖି ୪୦ ମହିଳା ଅଧିକାରୀ ଯୁଦ୍ଧପୋତମାନଙ୍କରେ ସେବା ଦେଉଛନ୍ତି। ନୌସେନା ୨୦୨୧ରେ ପ୍ରଥମ ଥର ୪ ମହିଳା ଅଧିକାରୀଙ୍କୁ ଯୁଦ୍ଧପୋତ ଦାୟିତ୍ୱ ସମର୍ପଣ କରିଥିଲା। ଅଧିକାରୀମାନେ କହିଛନ୍ତି ଯେ ନୌସେନା ନିଜର ସମସ୍ତ କର୍ମଚାରୀଙ୍କ ନିମନ୍ତେ ଜେନେରାଲ ୟୁନିଫର୍ମ ଆଣିବାକୁ ପ୍ରସ୍ତୁତ। ଏହି ପରିବର୍ତ୍ତନ ନୌସେନାକୁ  ସେନା ଓ ବାୟୁସେନା ସମାନ୍ତରାଳରେ ରେଖାଙ୍କିତ କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.