ସୋରୋ: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଘଟଣାସ୍ଥଳରେ ପହଞ୍ଚିବା ପରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୁର୍ଘଟଣା ବାବଦରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଅଧିକାରୀମାନେ ଏକ ବଡ଼ ମ୍ୟାପ୍ ଦେଖାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ବାବଦରେ କହିଥିଲେ । ଏହାପରେ ଘଟଣାସ୍ଥଳରୁ ହିଁ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଥର ଫୋନ କରି କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ଫୋନରେ କେଉଁ ଦୁଇ ଜଣଙ୍କ ସହ କଥା ହେଲେ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଏହାରି ଭିତରେ ଖବର ଏହା ମଧ୍ୟ ଆସୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡିଭୟ ଏବଂ କ୍ୟାବିନେଟ୍ ସଚିବଙ୍କ ସହ କଥା ହୋଇଥିଲେ । ଘଟଣାସ୍ଥଳରେ ସ୍ଥିତିର ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ଆହତଙ୍କୁ ଭେଟିବା ପାଇଁ ବାଲେଶ୍ୱର ହସ୍ପିଟାଲ ଅଭିମୁଖେ ବାହାରିଛନ୍ତି ।
{"id":797519,"sizeSlug":"large","linkDestination":"none"}ଟ୍ରେନ ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଫୋନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ କ୍ୟାବିନେଟ୍ ସଚିବଙ୍କ ସହ କଥା ହୋଇ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ଦେଶର ଯେକୌଣସି ହସ୍ପିଟାଲରେ ବ୍ୟବସ୍ଥା କରାଇବା ପାଇଁ କହିଛନ୍ତି ।
wp:html/wp:html#WATCH | Odisha: Prime Minister Narendra Modi was briefed by Union Railways minister Ashwini Vaishnaw, Union Minister Dharmendra Pradhan and other officials about the #BalasoreTrainAccident pic.twitter.com/DBcaMSlWht
— ANI (@ANI) June 3, 2023
ବାହାନଗା ଆସିବା ପୂର୍ବରୁ ଟ୍ରେନ୍ ଦୁର୍ଘଟଣା ନେଇ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିକାରୀଙ୍କ ସହ ଟ୍ରେନ ଦୁର୍ଘଟଣାର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ସମୀକ୍ଷା ବୈଠକରେ ସାମିଲ ଥିଲେ । ଏନଡିଆରଏଫ ଡିଜି ଏବଂ ବରିଷ୍ଠ ରେଳ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା ।
ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଘଟଣାସ୍ଥଳ ବୁଲିବା ସହ ପରିସ୍ଥିତି କଣ ରହିଛି ତାହା ଦେଖିଥିଲେ । ମମତା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ସେ କହିଥିଲେ, ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଦୁର୍ଘଟଣା ।
READ ALSO: ସୋରୋରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ, କହିଲେ- ‘କେନ୍ଦ୍ର ସହଯୋଗରେ ଓଡ଼ିଶା ସରକାର ଯେକୌଣସି ଆହ୍ୱାନର ମୁକାବିଲା କରିପାରିବେ’