ବ୍ରହ୍ମପୁର ଏମକେସିଜିରେ ଅଭାବନୀୟ ଦୃଶ୍ୟ : ଗୋଟିଏ ସିଲିଣ୍ଡରରୁ ୨ ନବଜାତକଙ୍କୁ ଅକ୍ସିଜେନ୍ ପ୍ରଦାନ

Published By : Prameya-News7 Bureau | August 04, 2025 IST

ବ୍ରହ୍ମପୁର ୪।୮: ସିଲିଣ୍ଡର ଗୋଟିଏ, ଅକ୍ସିଜେନ୍ ନେଉଛନ୍ତି ଦୁଇ ଶିଶୁ । ଏହା କୌଣସି ଛୋଟ ହସ୍ପିଟାଲର ଦୃଶ୍ୟ ନୁହେଁ ଖୋଦ୍ ବ୍ରହ୍ମପୁର ବଡ଼ ମେଡିକାଲର ଦୃଶ୍ୟ । ଏମ୍‌କେସିଜିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇ ଜଣ ନବଜାତ ଶିଶୁଙ୍କୁ ଅକ୍ସିଜେନ୍ ପ୍ରଦାନ କରାଯାଉଛି ।

ବ୍ରହ୍ମପୁର ବଡ଼ ମେଡିକାଲ ଶିଶୁ ବିଭାଗର ଏସଏନସିୟୁରେ ଚିକିତ୍ସିତ ହେଉଥିଲେ ପାତ୍ରପୁର ବ୍ଲକ୍ ପଦାଦିଗୀ ଗ୍ରାମର କୌଶଲ୍ୟା ସାହୁଙ୍କ ୮ ଦିନର ଶିଶୁ ପୁତ୍ର ଏବଂ ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ପଦପଦା ଗ୍ରାମର ପଦ୍ମାଳୟା ବେହେରାଙ୍କ ୧୪ ଦିନର ଶିଶୁ କନ୍ୟା । ଶିଶୁ ବିଭାଗ ଅଧୀନରେ ଚିକିତ୍ସିତ ହେଉଥିବା ଶିଶୁଙ୍କୁ ସୁପର ସ୍ପେସିଆଲିଟି କୋଠାକୁ ଇକୋ ନିମନ୍ତେ ଅଣାଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । 

ଗତ ଦୁଇ ବର୍ଷ ପୂର୍ବେ ଏଭଳି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ଅକ୍ସିଜେନ୍ ପ୍ରଦାନ କେତେ ଯୁକ୍ତିଯୁକ୍ତ ? ଶିଶୁ ବିଭାଗ ଡାକ୍ତରଙ୍କ ଏଭଳି ନିଷ୍ପତ୍ତି ପାଇଁ ଉଭୟ ଶିଶୁ କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

You Can Read:

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ ସରକାର, ହଷ୍ଟେଲରେ ପିଲାଙ୍କୁ ମିଳିବ ଡିଜିଟାଲ୍ ହେଲଥ କାର୍ଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.