ଫୁଲବାଣୀ ୫।୮: ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକ । ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସହଯୋଗ କରିବା ଓ ଚାଲାଣରେ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନା ପରେ ଉତ୍ତ୍ୟକ୍ତ ଲୋକ ଥାନା ଜାଳି ଦେଇଛନ୍ତି । ଫିରିଙ୍ଗିଆ ଥାନା ଆଇଆଇସି ଓ ୨ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକ ।
{"id":826735,"sizeSlug":"full","linkDestination":"none"}ଜଳୁଛି ଫିରିଙ୍ଗିଆ ଥାନା। ହୁତ୍ ହୁତ ହୋଇ ଜଳୁଛି ଥାନା ବିଲ୍ଡିଂ। କନ୍ଧମାଳ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ । ଥାନା ସହ ଜାଳି ଦେଇଛନ୍ତି ଥାନା ପରିସରରେ ଥିବା ଏକ କାର୍। ଜାଳି ଦେଇଛନ୍ତି ଜବତ ଗଂଜେଇ। ଥାନାର କମ୍ପୁଟର ସମେତ କାଗଜପତ୍ର, ଆସବାବପତ୍ର, ଗାଡି ଆଦି ସଂପୂର୍ଣ୍ଣ ଜଳି ଯାଇଛି । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ବ୍ଲାଙ୍କ ଫାୟାରିଂ କରିଛି ପୋଲିସ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
{"id":826774,"sizeSlug":"full","linkDestination":"none"}ସୂଚନାଯୋଗ୍ୟ ଯେ, ଶୁକ୍ରବାକ ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାସିରି ପଡ଼l ଛକ ନିକଟରେ ସ୍ଥାନୀୟ ଗ୍ରାମବାସୀ ଗଞ୍ଜେଇ ସହ ଗାଡ଼ିକୁ ଧରିଥିଲେ l ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡ଼ିଟି କୁଆଡେ ଫିରିଙ୍ଗିଆ ଥାନାର ବୋଲି ଜଣା ପଡ଼ିଥିଲା l ଏହି ଘଟଣା ପରେ ଫିରିଙ୍ଗିଆ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l ଗଞ୍ଜେଇ ମାଫିଆଙ୍କ ସହ ଫିରିଙ୍ଗିଆ ଥାନାର କିଛି ପୋଲିସ କର୍ମଚାରୀଙ୍କ ସଂପୃକ୍ତି ରହିଛି ବୋଲି ଲୋକେ ସନ୍ଦେହ କରି ଫିରିଙ୍ଗିଆ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ଫିରିଙ୍ଗିଆ ଥାନା ଜାଳି ଦେଇଥିବା ସୂଚନା ମିଳିଛି ।
ସେପଟେ ପୋଲିସ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ମାଫିଆମାନଙ୍କୁ ସାବାଡ କରି ଜେଲକୁ ପଠାଉଥିବାରୁ ମାଫିଆମାନେ ପୋଲିସ ବିରୁଦ୍ଧରେ ଏଭଳି ମେଳି ବାନ୍ଧି ପୋଲିସକୁ ଅଯଥା ବଦନାମ କରୁଥିବା କୁହାଯାଇଛି । ତେବେ ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।
You Can Read :
wp:embed {"url":"https://www.prameyanews7.com/woman-lost-life-due-to-loan-allegation-in-khalikote-of-ganjam-district/","type":"wp-embed","providerNameSlug":"prameya-news-7"} /wp:embed