ପୁରୀ ୮।୬: ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରୀ ଜାରି । ୧୦ ତାରିଖ ସନ୍ଧ୍ୟା ଠାରୁ ଲାଗୁ ହେବ ଟ୍ରାଫିକ୍ କଟକଣା । ମେଡିକାଲ ଛକ ଠାରୁ ଶ୍ରୀମନ୍ଦିର ଯାଏଁ ଚାରି ଚକିଆ ଯାନ ଉପରେ କଟକଣା । ଦୁଇ ଚକିଆ ଯାନ ପାଇଁ ମାର୍କେଟ ଛକ ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ପାର୍କିଂ ବ୍ୟବସ୍ଥା ।
ଭୁବନେଶ୍ୱର ଆଡୁ ଆସିବାକୁ ଥିବା ଚାରିଚକିଆ ଯାନ ଜେଲ୍ ରୋଡ, ଶରଧାବାଲିରେ ପାର୍କିଂ କରିପାରିବେ । କୋଣାର୍କ ଆଡୁ ଆସୁଥିବା ଯାତ୍ରୀଙ୍କ ପାଇଁ ଶରଧାବାଲି ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ବ୍ରହ୍ମଗିରି ଆଡୁ ଆସୁଥିବା ଗାଡ଼ି ଗୁଡିକ ଯାତ୍ରୀକାରେ ପାର୍କିଂ କରିପାରିବେ ।
ପୋଲିସ ପକ୍ଷରୁ ଜାରି କରାଯାଇଥିବା ଟ୍ରାଫିକ୍ ଆଡଭାଇଜରିକୁ ଅନୁପାଳନ କରିବା ପାଇଁ ପୁରୀ ଏସ୍ପିଙ୍କ ଅନୁରୋଧ । ପୁରୀ ପୋଲିସ ପକ୍ଷରୁ ଭକ୍ତଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ମାତ୍ରାରେ ଲାଇଫଗାର୍ଡ ମୁତୟନ କରାଯାଇଛି । ଏ ନେଇ ପୁରୀ ଏସ୍ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।
You Can Read:
କଟକ ଜିଲ୍ଲାରେ ମାସକରେ ୨୨ କୋଭିଡ୍ ପଜିଟିଭ୍ ଚିହ୍ନଟ, ଘରୋଇ ହସ୍ପିଟାଲରେ ୫ ଜଣ ଚିକିତ୍ସିତ