ଭୁବନେଶ୍ବର ୨୨।୪: ବହୁଚର୍ଚ୍ଚିତ ଡେଲାଙ୍ଗ ରତନପୁରର ନାବାଳକ ଆଶୀର୍ବାଦ ସାହୁ ହତ୍ୟକାଣ୍ଡ ଘଟଣାରେ ଅଭିଯୁକ୍ତ ବାପି ଓରଫ ପ୍ରଭାକର ସାହୁ ଗିରଫ । ଅଭିଯୁକ୍ତ ବାପି ନାବାଳକକୁ ଅପ୍ରାକୃତିକ ଯୌନସମ୍ପର୍କ ରଖିବାକୁ ଅର୍ଥ ଦେଇ ପ୍ରଲୋଭିତ କରାଇଥିଲା । ନାବାଳକକୁ ଅଭିଯୁକ୍ତ ଅର୍ଥ ନଦେବାରୁ ନାବାଳକ ଘରେ କହିଦେବ ବୋଲି କହିଥିଲା । ପ୍ରତିଶୋଧ ପରାୟଣ ହୋଇ ନାବାଳକକୁ ଅଭିଯୁକ୍ତ ବାପି ହତ୍ୟା କରିଥିଲା । ପୋଲିସ ତୁରନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରି ପୋକ୍ସୋ କୋର୍ଟରେ ଦାଖଲ କରିବ । ପୁରୀ ଏସ୍ପି ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏସ୍ପି କହିଛନ୍ତି ଯେ, ଏଯାବତ ପ୍ରଭାକର ସାହୁ ଏକମାତ୍ର ଅଭିଯୁକ୍ତ ବୋଲି ଜଣାପଡ଼ିଛି । ପିଲାକୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଛି । ଏକ ପରିତ୍ୟକ୍ତ ଘରେ ଏକାଠି ବସି ଥଣ୍ଡା ପିଇଥିଲେ । ଟେନିସ୍ ବଲ୍ କିଣିବା ପାଇଁ ୧୦୦ ଟଙ୍କା ଦେଇଥିଲା । ଶ୍ବାସରୁଦ୍ଧ କରି ସେଫ୍ଟିକ୍ ଟାଙ୍କିରେ ପକାଇ ଦେଇଥିଲା । ଟାଙ୍କିରେ ପଡ଼ିବା ପରେ ମୃତ୍ୟୁ ନା ପୂର୍ବରୁ ମୃତ୍ୟୁ ସ୍ପଷ୍ଟ ହୋଇନି ।
You Can Read:
କୋଟିଆ ପିଲା ଆନ୍ଧ୍ର ବିଦ୍ୟାଳୟରେ ନୁହେଁ, ଓଡ଼ିଆ ପଢ଼ିବେ ଓଡ଼ିଶାରେ ରହିବେ : ଗଣଶିକ୍ଷା ମନ୍ତ୍ରୀ