କୋଟିଆ ପିଲା ଆନ୍ଧ୍ର ବିଦ୍ୟାଳୟରେ ନୁହେଁ, ଓଡ଼ିଆ ପଢ଼ିବେ ଓଡ଼ିଶାରେ ରହିବେ : ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | April 22, 2025 IST

କୋରାପୁଟ : କୋଟିଆ ପିଲା ଆନ୍ଧ୍ର ବିଦ୍ୟାଳୟରେ ନୁହେଁ, ଓଡ଼ିଆ ପଢ଼ିବେ ଓଡ଼ିଶାରେ ରହିବେ । ଏଭଳି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି, କୋଟିଆ ବିବାଦର ସମାଧାନ କରାଯିବ । ଆନ୍ଧ୍ର ଜବରଦସ୍ତ କୋଟିଆ ଅଞ୍ଚଳରେ ପ୍ରବେଶ କରୁଛି ଲୋକଙ୍କୁ ପ୍ରଲୋଭିତ କରିବାକୁ ଷଡଯନ୍ତ୍ର କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଦେଉଛି । ଲୁଚିଛପି ଆନ୍ଧ୍ର ଅଧିକାରୀ କୋଟିଆରେ ପ୍ରବେଶ କରୁଥିବା ନଜରକୁ ଆସିଛି । କୋଟିଆରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗମନାଗମନ ସୁବିଧା, ପ୍ରତ୍ୟେକ ଯୋଜନା କିଭଳି ସଫଳ ରୁପାୟନ ହେବ ସେନେଇ ପଦକ୍ଷେପ, ଶିକ୍ଷା, ସ୍ଵାସ୍ଥ୍ୟ ସେବା କିଭଳି ଉନ୍ନତମାନର ହେବ ସେନେଇ କାମ କରୁଛନ୍ତି ଜିଲ୍ଲା ପ୍ରଶାସନିକ ଅଧିକାରୀ । ଓଡ଼ିଶାର କୋଟିଆ ସୀମାରେ ଥିବା ଆନ୍ଧ୍ର ପକ୍ଷରୁ ଚାଲୁଥିବା ବିଦ୍ୟାଳୟର ଆବଶ୍ୟକତା ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଓଡ଼ିଆ ମାଟିରେ ଓଡ଼ିଆ ପଢ଼ିବେ, ଓଡ଼ିଶାର ହୋଇ ରହିବେ ସେ ବ୍ୟବସ୍ଥା ରାଜ୍ୟ ସରକାର ପକ୍ଷରୁ ଖୁବଶୀଘ୍ର ନିଆଯିବ । ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ବ ଦିଆଯାଉଛି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

You Can Read:

ଦୁଇ ଦିନ ମଧ୍ୟରେ ନିଆଯାଇପାରେ ସ୍କୁଲ ଛୁଟି ନିଷ୍ପତ୍ତି, ପ୍ରଥମ ପର୍ଯ୍ୟାୟରେ ମେ’ ୬ ଯାଏଁ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.