ଭୁବନେଶ୍ବର ୨୨।୪: ଆସନ୍ତା ଦୁଇ ଦିନ ମଧ୍ୟରେ ସ୍କୁଲ ଛୁଟି ନେଇ ଆସିପାରେ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ମେ’ ୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କଲେ ରାଜସ୍ଵ ମନ୍ତ୍ରୀ । ଖରା ବଢିଲେ ଆବଶ୍ୟକ ସ୍ଥଳେ ଅଙ୍ଗନୱାଡ଼ି ଛୁଟି ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ପୂର୍ବରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଥିଲେ, ବର୍ତ୍ତମାନ ସ୍କୁଲ ସକାଳୁଆ ଅଛି । ଏସ୍ଓପି ବାହାରେ ନିଷ୍ପତ୍ତି ନେବା ପାଇଁ ଜିଲ୍ଲପାଳ ମାନଙ୍କୁ ଅଧିକୃତ କରାଯାଇଛି । ଆବଶ୍ୟକ ପଡିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ । ଜିଲ୍ଲାପାଳ ମାନେ ଅଧିକୃତ, ଯେଉଁ ସ୍ଥାନରେ ନିର୍ଦ୍ଧିଷ୍ଟ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ବଢିବ । ସେଠାରେ ଜିଲ୍ଲାପାଳମାନେ ଅନୁଭବ କରିବେ, ସେମାନେ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ ।
ସାରା ଓଡ଼ିଶାରେ ଗ୍ରୀଷ୍ମ ପରିସ୍ଥିତି ପାଇଁ ଖୁବଶୀଘ୍ର ସମୀକ୍ଷା ହେବ । ଦିନେ ଦୁଇ ଦିନ ମଧ୍ୟରେ ଆଲୋଚନା କରାଯିବ ଏବଂ ଅଧିକ ନିର୍ଦ୍ଦେଶାବଳୀ ଜାରି କରାଯିବ । ରାଜ୍ୟ ପାଇଁ ଯେଉଁ ଏସ୍ଓପି ଜାରି ହୋଇଛି ତାର ବାହାରେ ଲୋକଙ୍କର ଜୀବନ ରକ୍ଷା ପାଇଁ ଯାହା ଯାହା ପଦକ୍ଷେପ ନେବାକଥା ନେଇପାରିବେ । ଆହୁରି ଅଧିକ କଟକଣା ମଧ୍ୟ ଲଗାଇ ପାରିବେ ଏବଂ ଏସ୍ଓପି ମଧ୍ୟ ଜାରି କରିପାରିବେ ।
ଆଗକୁ ଆହୁରି ତାପମାତ୍ରା ବଢ଼ିପାରେ । ୨୦ ଜିଲ୍ଲାରୁ ହିଟ୍ଷ୍ଟ୍ରୋକର ଅଭିଯୋଗ ଆସିଛି । ଏହାକୁ ନେଇ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଯତ୍ନ ନେଉଛି । ବିଭାଗ ମଧ୍ୟ ସେ ନେଇ ବ୍ୟବସ୍ଥା କରୁଛି ଯେମିତି କେହି ଅଂଶୁଘାତରେ ପୀଡିତ ହେବେ ନାହିଁ ଏବଂ ଯଦି ପୀଡିତ ହୁଅନ୍ତି ସେମାନଙ୍କୁ କିଭଳି ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଶିକ୍ଷା ଏବଂ ଶ୍ରମ ବିଭାଗ ସହିତ ଆମ ବିଭାଗ ଯୋଗାଯୋଗରେ ଅଛି ବୋଲି ରାଜସ୍ବ ମନ୍ତ୍ରୀ କହିଥିଲେ ।
You Can Read:
ପ୍ରଥମ ପ୍ରେମିକାଙ୍କୁ ଛାଡି ବିବାହ କରିଥିଲେ, ହେଲେ ମନ ରହିଥିଲା ପ୍ରଥମ ପାଖରେ : ଶେଷରେ ଉଠାଇନେଲା ପୋଲିସ