ଦାରିଙ୍ଗବାଡ଼ି ୨୨।୪: ପ୍ରଥମ ପ୍ରେମିକକୁ ଛାଡି ମହିଳା ଜଣଙ୍କ ଦ୍ବିତୀୟ ପ୍ରେମିକକୁ ବିବାହ କରିଥିଲେ । ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା । ମହିଳାଙ୍କ ବାହାଘର ପରେ ପ୍ରଥମ ପ୍ରେମକୁ ଭୁଲି ପାରିନଥିଲେ ପ୍ରଥମ ପ୍ରେମିକ । ବିବାହ ପରେ ମଧ୍ୟ ଯୁବକ ଜଣଙ୍କ ସେହି ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଯାହାର ଭିଡ଼ିଓ ଯୁବକ ଜଣକ ସୁଟିଂ କରି ଭାଇରାଲ କରିଥିଲେ । ଏହାପରେ ରସିକିଆ ପ୍ରେମିକକୁ ରାତି ଅଧରେ ଉଠାଇ ନେଇଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତର ଗଂଜ୍ଜୁପଡା ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ବାଲିଗୁଡା ଥାନା ବାବୁଙ୍କ ନିଦ ହଜିଯାଇଥିଲା । ରାତି ଅଧରେ ବାଲିଗୁଡା ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ପହଞ୍ଚିଥିଲେ ଗୁମିକିଆ ପଞ୍ଚାୟତରେ । ରାତି ୧ଟା ସମୟରେ ଗାଁରେ ଉତ୍ତେଜନା ଲାଗିରହିଥିଲା । ପରେ ରାତି ୨ଟା ସମୟରେ ବାଲିଗୁଡା ଏସଡ଼ିପିଓଙ୍କ ସହ ପହଞ୍ଚିଥିଲେ ସୁରକ୍ଷା କର୍ମୀ । ଗ୍ରାମବାସୀଙ୍କ ଅଟକ ପରେ ବି ରସିକିଆ ପ୍ରେମିକକୁ ଉଠାଇ ନେଇଥିଲା ପୋଲିସ । ଗଂଜ୍ଜୁପଡା ଗ୍ରାମର ଯୁବତୀ ବିବାହ କରିଥିଲେ ସେହିଗ୍ରାମର ସୁଜନ ଦିଗାଲଙ୍କ ପୁତ୍ର କୀଚକ ଦିଗାଲଙ୍କୁ । ୨୦୧୯ ମସିହାରେ ଉଭୟ ବିବାହ କରିଥିଲେ । ତିନି ବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ହେଲେ ମହିଳା ଜଣଙ୍କ ଭୁଲି ପାରିନଥିଲେ ପୁରୁଣା ପ୍ରେମିକ ସୁରଜ ପ୍ରଧାନଙ୍କୁ । ସେପଟେ ସୁରଜ ଅନ୍ୟ ଜଣକୁ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ତଥାପି ଭୁଲି ପାରିନଥିଲେ ପୂର୍ବତନ ପ୍ରେମିକାକୁ । ରଖିଥିଲେ ଶାରୀରିକ ସମ୍ପର୍କ । ଯାହାର ଭିଡ଼ିଓ ଯୁବକ ଜଣକ ସୁଟିଂ କରି ଭାଇରାଲ କରିଥିଲେ । ଶେଷରେ ଗ୍ରାମବାସୀଙ୍କ ଦ୍ବାରା ଅଟକ ରହିଲେ । ପରେ ପୋଲିସ ପହଞ୍ଚି ରସିକିଆ ପ୍ରେମିକକୁ ଉଠାଇ ନେଇଛି ।
You Can Read: