ଭୁବନେଶ୍ୱର ୨୩।୦୪: କେନ୍ଦୁଝର ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୨୧ତାରିଖ ଦିନ ବାର୍ଷିକ ଉତ୍ସବ ତରଙ୍ଗିଣୀ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧକ୍ଷ୍ୟା କଲ୍ୟାଣୀ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ତେଲକୋଇ ବିଧାୟକ ମାନ୍ୟବର ଡା ଫକୀର ମୋହନ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଯାଜପୁର କଳିଙ୍ଗନଗରର ଡ. ପ୍ରଶାନ୍ତ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।
ଅନୁଷ୍ଠାନର ଅଧକ୍ଷ୍ୟା ଏହି କାର୍ଯ୍ୟକ୍ରମଟିରେ ସଭାପତିତ୍ଵ କରିବାସହ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକା ଦେବସ୍ମିତା ଚକ୍ର ବାର୍ଷିକ ବିବରଣୀ ପଠନ କରିଥିଲେ। ତଦଶା ତଟିନୀ ପଣ୍ଡା କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ସଞ୍ଜିତ କୁମାର ପ୍ରଧାନ ଅତିଥି ପରିଚୟ ଦେଇଥିଲେ। ନରସିଂହ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଧାୟକ ଡା ଫକୀର ମୋହନ ନାଏକ ଗୁରୁ ଛାତ୍ରଛାତ୍ରୀଙ୍କୁ ଭଲ ଶିକ୍ଷକ ହେବା ସହ ଅନୁଷ୍ଠାନର ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଡ. ପ୍ରଶାନ୍ତ ଦାସ ଗୁରୁ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରିଥିଲେ। ୧ମ ଓ ୨ୟ ବର୍ଷର ଗୁରୁ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଏକ ମନୋରମ ପରିବେଶ ସୃଷ୍ଟି କରିବା ସହ ପ୍ରତ୍ୟେକ କାର୍ଯ୍ୟକ୍ରମ ସମାଜ ପାଇଁ ଏକ ବାର୍ତ୍ତା ଦେଇଥିଲେ। ବିବେକାନନ୍ଦ ନାୟକ, ଶିକ୍ଷକ ପ୍ରଶିକ୍ଷକ, ନୀଳାଦ୍ରି ବିହାରୀ ମହାପାତ୍ର ଶିକ୍ଷକ ପ୍ରଶିକ୍ଷକ ତଥା ଅନ୍ୟ ସମସ୍ତ କର୍ମଚାରୀଙ୍କର ଅକ୍ଳାନ୍ତ ପରିଶ୍ରମ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲା।