କଟକ ୨୩।୪: କଟକ ସିଡିପିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାକୁ ଓହ୍ଲାଇଲେ ଶହ ଶହ ଅଙ୍ଗନବାଡି କର୍ମୀ । କେବଳ ସେତିକି ନୁହେଁ କଟକ ସହରରେ ଆଜି ପ୍ରାୟ ଦେଢ଼ଶହ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖି ସିଏମ୍ସି କାର୍ଯ୍ୟାଳୟ ଆଗରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସିଡିପିଓଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି । ଏହା ସହିତ ଅଙ୍ଗନବାଡି କର୍ମୀ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାର ମଧ୍ୟ ଏକାଧିକ ଅଭିଯୋଗ ରହିଛି । ବିଭାଗୀୟ ତଦନ୍ତ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବିରୋଧରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
You Can Read:
ଦାମୀ ଟ୍ରଲିରେ କରୁଥିଲେ ଗଞ୍ଜେଇ ଚାଲାଣ, କୋରାପୁଟ ରେଳ ଷ୍ଟେସନରେ ଧରାପଡିଗଲେ ବିହାର ଯୁବକ