ଭୁବନେଶ୍ବର ୨୩।୪: ଭୁବନେଶ୍ୱର ୩୭ ନମ୍ବର ୱାର୍ଡରେ ବିଏମ୍ସି ଡ୍ରେନ୍ ଭଙ୍ଗାକୁ ନେଇ ଉତ୍ତେଜନା ଦେଖା ଯାଇଛି । ଡ୍ରେନ ଭଙ୍ଗା ଯାଉଥିବା ବେଳେ ୱାର୍ଡବାସୀ ବିରୋଧ କରିଛନ୍ତି । ଭଙ୍ଗା ଯାଉଥିବା ଏହି ଡ୍ରେନଟି ନୟାପଲ୍ଲୀ ଇସ୍କନ ମନ୍ଦିରରୁ ବାହାରି ବେହେରା ସାହି ଦେଇ ମୁଖ୍ୟ ଡ୍ରେନ ସହ ସଂଯୋଗ ହୋଇଛି । ଇସ୍କନ ସମ୍ମୁଖ ବର୍ଷା ଜଳ ନିଷ୍କାସନରେ ଏହି ଡ୍ରେନ ମୁଖ୍ୟ ସହାୟକ ହୋଇଥାଏ । ବିଏମସିର ଲିଖିତ ଅର୍ଡର ନଥାଇ ଡ୍ରେନ ଭଙ୍ଗା ଯାଉଥିଲା ।
ବିରୋଧକାରୀଙ୍କ ଅଭିଯୋଗ ଅନୁଯାୟୀ ଡ୍ରେନ୍ ସାମ୍ନାରେ ଥିବା ଫିଟନେସ ସେଣ୍ଟର ପାଇଁ ଏହି ଡ୍ରେନ୍କୁ ଖୋଳା ଯାଉଥିଲା । ଡ୍ରେନ୍ର ଉଚ୍ଚତା କମ୍ କରି ସେଠାରେ ପାର୍କିଂ ପ୍ଲେସ ପାଇଁ ଜାଗା ବାହାର କରିବା ଉଦ୍ଦେଶ୍ୟରେ ଖୋଳାଯାଉଥିବା କହିଛନ୍ତି । ତେବେ ବିରୋଧକାରୀଙ୍କ କହିବା ଅନୁଯାୟୀ ଯଦି ଏହି ସ୍ଥାନରେ ଉଚ୍ଚା ଡ୍ରେନ୍କୁ ଭାଙ୍ଗି ନିଚା କରାଯାଏ ତେବେ ଅନେକ ଲୋକ ତାଙ୍କ ଘର ସମ୍ମୁଖରେ ଦେଇ ଯାଇଥିବା ଡ୍ରେନ୍କୁ ନୀଚା କରିବା ପାଇଁ ଉଦ୍ୟମ କରିବେ । ଯାହାଦ୍ଵାରା ଜଳ ନିଷ୍କାସନ ହେବାରେ ବାଧା ସୃଷ୍ଟି କରିବ ବୋଲି ଅଭିଯୋଗ କରିଛନ୍ତି । ଡ୍ରେନ୍ ଭଙ୍ଗା କାର୍ଯ୍ୟ ବନ୍ଦ ନହେଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।
You Can Read:
ସିଡିପିଓଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ, ରାସ୍ତାକୁ ଓହ୍ଲାଇଲେ ଶତାଧିକ ଅଙ୍ଗନବାଡି କର୍ମୀ