୨୦୨୩ ବିଶ୍ୱକପ୍‌ ନେଇ ଚିନ୍ତା କରନ୍ତୁ ନାହିଁ, ସେ ଦଳ ଠାରୁ ଏ ଦଳ ପୁରା ଅଲଗା- ରାହୁଲ ଦ୍ରାବିଡ୍

Published By : Prameya-News7 Bureau | August 14, 2023 IST

ମୁମ୍ବାଇ ୧୪।୦୮ : ଓ୍ୱେଷ୍ଟଇଣ୍ଡିଜ୍‌ରେ ଟି-୨୦ ସିରିଜ୍‌ ହାରିଛି ଟିମ୍‌ ଇଣ୍ଡିଆ । ଘରୋଇ ଟିମ୍‌ ଠାରୁ ୩-୨ରେ ସିରିଜ୍‌ ହାରିଛି ଭ୍ରମଣକାରୀ ଦଳ । ଦୀର୍ଘ ଦିନ ଧରି ଟିମ୍‌ ଇଣ୍ଡିଆ ନାଁରେ ରହିଥିବା ସିରିଜ୍‌ ଅପରାଜୟ ରେକର୍ଡ ଶେଷରେ ଭାଙ୍ଗିଛି । ଦୀର୍ଘ ବର୍ଷରେ ସିରିଜ୍‌ ଜିତିଛି କାରବିଆନ୍‌ ଟିମ୍‌ । ତେବେ ଟିମ୍‌ର ପରାଜୟ ନେଇ ମୁହଁ ଖୋଲିଛନ୍ତି କୋଚ୍‌ ରାହୁଲ ଦ୍ରାବିଡ ।

ସେ କହିଛନ୍ତି ଯେ, ଆଗକୁ ଆସୁଛି ୨୦୨୩ ବିଶ୍ୱକପ୍‌ । ଆପଣ ସେଥିପାଇଁ  ଆପଣ ଚିନ୍ତା କରନ୍ତୁନାହିଁ । ଟି-୨୦ ସିରିଜ୍‌ରେ ଏକ ଯୁବ ଦଳ ଖେଳୁଥିଲା । ତେଣୁ କିଛିଟା ଭୁଲ୍‌ ବି ହେବ । ସେଥିପାଇଁ ଆମେ ପ୍ରସ୍ତୁତ ମଧ୍ୟ ରହିଛୁ । ତେଣୁ ଆଗାମୀ ବିଶ୍ୱକପରେ ଟିମ୍‌ ଚୟନ ନେଇ ମନରେ କୌଣସି ଦ୍ୱନ୍ଦ ରଖନ୍ତୁନାହିଁ । ଦିନିକିଆ ବିଶ୍ୱକପ୍‌ରେ ଖେଳୁବାକୁ ଥିବା ଖେଳାଳି ଏହି ଟିମ୍‌ ଠାରୁ ପୁରା ଭିନ୍ନ । ସେମାନଙ୍କ ନିକଟରେ ବିଶ୍ୱ କ୍ରିକେଟ୍‌ରେ ଖେଳିବାରେ ଢେର୍ ଅଭିଜ୍ଞତା ରହିଛି । ତେଣୁ ଟିମ୍‌କୁ ଖରାପ ସ୍ଥିତିରୁ କିପରି ବାହାର କରାଯିବ । ତାହା ସେହି ଟିମ୍‌କୁ ଭଲ ଭାବେ ଜଣା । ଏହାବାଦ୍‌ ବି ଟି-୨୦ ସିରିଜ୍‌ରେ ହୋଇଥିବା ଆମର କିଛି ଭୁଲକୁ କିପରି ସୁଧାରି ଭଲ ଟିମ୍‌ ଗଠନ କରିବୁ । ସେ ଦିଗରେ ଆମେ କାମ କରିବୁ । ଯୁବ ଖେଳାଳିଙ୍କ ନିକଟରେ ଖୁବ୍‌ ଦକ୍ଷତା ରହିଛି । ତେଣୁ ତାଙ୍କ କ୍ଷେତ୍ରରେ କିଛିଟା କାମ କରିବା ଦ୍ୱାରା ସେମାନେ ବି ଜଣେ ଜଣେ ଦକ୍ଷ ଖେଳାଳି ହୋଇ ବାହାରିବେ ।

ସେପଟେ ଶେଷ ହୋଇଛି ଭାରତୀୟ ଟିମ୍‌ର ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତ । ପ୍ରଥମ ଟେଷ୍ଟ, ପରେ ଦିନିକିଆ ସିରିଜ୍‌କୁ ଜିତିବାରେ ସକ୍ଷମ ହୋଇଥିଲା ଟିମ୍‌ ଇଣ୍ଡିଆ । କିନ୍ତୁ ଟି-୨୦ ସିରିଜ୍‌ରେ ପରାଜୟର ସାମ୍ନା କରିଛି ଟିମ୍‌ ଇଣ୍ଡିଆ । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଫେଲ୍‌ ମାରିବା ପରେ ସିରିଜ୍‌ ହାରିଛି ଭ୍ରମଣକାରୀ ଦଳ ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୫ ଆଇସିସି ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ଅକ୍ଟୋବର ୮ରେ ଭାରତ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ସହିତ ଖେଳିବ । ୨୦୨୩ ଦିନିକିଆ ବିଶ୍ୱକପରେ ମୋଟ ୧୨ଟି ଭେନ୍ୟୁ ରହିଛି ।ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ ।

wp:embed {"url":"https://www.prameyanews7.com/indias-asia-cup-2023-squad-likely-to-be-announced-by-17th-august/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indias-asia-cup-2023-squad-likely-to-be-announced-by-17th-august/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.