ରାମକୃଷ୍ଣ ଦାସ ମହାପାତ୍ର ଜଣେ ସଂସ୍କୃତି ଘାତକ, ତାଙ୍କ ବିରୋଧରେ ଆକ୍ସନ ହେଉ: ପ୍ରଦ୍ୟୁମ୍ନ ଶତପଥୀ

Published By : Prameya-News7 Bureau | May 05, 2025 IST

ଭୁବନେଶ୍ଵର: ଏକ ଭୟଙ୍କର ସ୍ଥିତି। ଜଣେ ସଂସ୍କୃତି ଘାତକ ଯିଏ ଏଭଳି ଭାଣ୍ଡାମି କରିଛି ତାହା ଏକ ଅକ୍ଷମଣୀୟ ତ୍ରୁଟି। ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ କେବଳ ପୁରୀ। ଜଗନ୍ନାଥ ଧାମ ଆଉ କେଉଁଠି ହୋଇ ପାରିବନି। ଓଡ଼ିଆ ବିଦ୍ଵେଷୀ ମମତା ଏବଂ ଚରଣବାଦୀ ରାମକୃଷ୍ଣ ଦାସ ମହାପାତ୍ର ହେଉଛନ୍ତି ଆନ୍ତର୍ଜାତିକ ଚକ୍ରାନ୍ତର ଶିକାର ହୋଇଥିବା ଦୁଇ ବ୍ୟକ୍ତି। ଏମିତି କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ। 

ସେ କହିଛନ୍ତି ଯେତେବେଳେ ଅଦିନରେ ରଥଯାତ୍ରା କରାଯାଉଥିଲା। ତାର ପ୍ରଭାବରେ ଏ ସଂସ୍କୃତିକୁ ଧ୍ଵଂସ କରିବା ପାଇଁ ଯେଉଁ ଆନ୍ତର୍ଜାତିକ ଚକ୍ରାନ୍ତ, ତାର କେନ୍ଦ୍ରବିନ୍ଦୁ ହେଲେ ମମତା ଏବଂ ଶିଖ ମନାଇ ଚରଣ ପଟ୍ଟନାୟକ ଭୂମିକା ଗ୍ରହଣ କରିଥିବା ରାମକୃଷ୍ଣ ଦାସ ମହାପାତ୍ର। ପ୍ରଥମ କାର୍ଯ୍ୟ ହେଉଛି ରାମକୃଷ୍ଣ ଦାସ ମହାପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେଉ। ତାଙ୍କୁ ଶ୍ରୀ ମନ୍ଦିରର ସମସ୍ତ ନିତିକାନ୍ତିରୁ ନିଜକୁ ଏବଂ ତାଙ୍କ ପରିବାରକୁ ବିଦାୟ କରି ଦିଆଯାଉ। କୌଣସି ସେବା କରିବା ପାଇଁ ସୁଯୋଗ ନ ଦିଆଯାଉ ଏବଂ ବିଧିବଦ୍ଧ ଭାବେ ନବକଳେବର, ଦାରୁ ଚଳନ ଏବଂ ଘଟ ପରିବର୍ତ୍ତନର ତଦନ୍ତ କରାଯାଉ। ନଚେତ ଏ ଦୃର୍ବୁତ୍ତ ମାନେ ଓଡ଼ିଶା ଓ ଏହାର ଅସ୍ମିତକୁ ବିକି ଦେବେ। ତେଣୁ ସାଧୁ ସାବଧାନ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.