ସୋନାକ୍ଷୀ ସିହ୍ନାଙ୍କ ଧର୍ମ ପରିବର୍ତ୍ତନକୁ ନେଇ ଆସିଲା ଶ୍ୱଶୁର ରତନସୀ ଇକବାଲଙ୍କ ବୟାନ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | June 22, 2024 IST

ମୁମ୍ବାଇ ୨୨।୬ : ସୋନାକ୍ଷୀ ସିହ୍ନା ଓ ଜହିର ଇକବାଲଙ୍କ ବିବାହ ଆଜିକାଲି ଖବର ପାଲଟିଛି। ବିବାହର ରିତିରିବାଜ ଆରମ୍ଭ ହୋଇସାରିଲାଣି। ଏଥି ମଧ୍ୟରେ ଦୁଇଜଣଙ୍କ ଅଲଗା ଧର୍ମକୁ ନେଇ ଚର୍ଚ୍ଚା ହେଉଛି। ବିବାହ ହିନ୍ଦୁ ରିତିରିବାଜରେ ହେବ ନା ଇସ୍ଲାମ ଉପାୟରେ ସେ ନେଇ ଚର୍ଚ୍ଚା ହେଉଛି। ଏଥିରେ ଏହା ବି ଚର୍ଚ୍ଚା ହେଉଛି ଯେ ବିବାହ ପରେ ସୋନାକ୍ଷୀ ଧର୍ମ ପରିବର୍ତ୍ତନ କରିବେ କି ନାହିଁ? ଏହି ସବୁ ପ୍ରଶ୍ନର ଜବାବରେ ରତନସୀ ଇକବାଲ ଧର୍ମକୁ ନେଇ ଚାଲିଥିବା ସବୁ ଅଟକଳକୁ ଶାନ୍ତ କରିଦେଇଛନ୍ତି। 

ଗଣମାଧ୍ୟମ ସହ ଆଲୋଚନାରେ ରତନସୀ କହିଛନ୍ତି ଯେ ଏ କଥା କିନ୍ତୁ ପକ୍କା ଯେ ସୋନାକ୍ଷୀ ତାଙ୍କର ଧର୍ମ ପରିବର୍ତ୍ତନ କରୁ ନାହାନ୍ତି। ସେମାନଙ୍କ ମନର ମିଳନ ହୋଇଛି। ସେମାନେ ବିବାହ କରିବେ ଏଥିରେ ଧର୍ମର କଥା ଉଠୁଛି କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ରତନସୀ କହିଛନ୍ତି ଯେ ଆମେ ମାନବତାରେ ବିଶ୍ୱାସ ରଖୁ, ହିନ୍ଦୁ ଲୋକେ ଭଗବାନଙ୍କୁ ଭଗବାନ କୁହନ୍ତି ମୁସଲମାନ ଆଲ୍ଲାହ କୁହନ୍ତି। ହେଲେ ଆମେ ସବୁ ଈଶ୍ୱରଙ୍କ ସନ୍ତାନ। ମୋର ଆଶିର୍ବାଦ ଜହିର ଓ ସୋନାକ୍ଷୀଙ୍କ ସହିତ ରହିଛି। 

ଗଣମାଧ୍ୟମ ସହ ଏହି ଆଲୋଚନାରେ ରତନସୀ ବିବାହ ସମ୍ପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଏହି ବିବାହ ନା ହିନ୍ଦୁ ରିତିରିବାଜରେ ହେବ ନା ମୁସଲମାନ ରିବାଜରେ, ଏହା ଏକ ସିଭିଲ ମ୍ୟାରେଜ ହେବ। ହିନ୍ଦୁ-ମୁସ୍ଲିମ ଆକ୍ଟରେ ଏହି ବିବାହର ରେଜିଷ୍ଟ୍ରି ରତନସୀଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ଅନୁଷ୍ଠିତ ହେବ। ବିବାହ ପାଇଁ ସୋନାକ୍ଷୀ ଓ ତାଙ୍କ ପରିବାର ଜହିରଙ୍କ ଘରକୁ ଯିବେ ସେଠାରେ ବିବାହ ରେଜିଷ୍ଟ୍ରି ହେବା ପରେ ବନ୍ଧୁ ଓ ପରିବାରବର୍ଗଙ୍କୁ ଭୋଜିଭାତରେ ଆପ୍ୟାୟିତ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.