କେନ୍ଦ୍ରାପଡ଼ା ୭।୮: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଛାତ୍ରୀ ପୋଡ଼ି ଘଟଣାରେ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ମୃତ ଛାତ୍ରୀଙ୍କ ବାପା । ସେ କହିଛନ୍ତି, ମୋ ଝିଅ ବାନ୍ଧି ହୋଇ ପୋଡ଼ି ମରିଥିବା ମୁଁ ଅନୁମାନ କରୁଛି । ତାର ବାନ୍ଧି ହୋଇ ପୋଡ଼ି ହୋଇଥିବା ଅନୁମାନ କରୁଛି । ନିଜେ ଆତ୍ମହତ୍ୟା କରିଛି । ଛାଟିପିଟି ହେବନି ବୋଲି ଝିଅ ନିଜକୁ ବାନ୍ଧିଥିଲା । ଘରର ଗେଟ୍ ଭାଙ୍ଗି ଘରେ ପଶିଲା ପରେ ଝିଅ ସିଡି ଘର ଉପରେ ପୋଡ଼ି ଷ୍ଟାଚ୍ୟୁ ଭଳି ଥିବା ଦେଖିବାକୁ ପାଇଲି ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି ।
ସେ ପିଲା ବାରମ୍ବାର ଝିଅକୁ ଟର୍ଚର୍ କରିଛି । ଏତଲାରେ ସେ ପିଲା ନାଁ ଲେଖି ନାହାନ୍ତି । ମୋର କିଛି ମନେ ପଡୁନି । ସେ ପିଲାର ଘର ଆର ଗାଁରେ ବୋଲି ଜାଣିବାକୁ ପାଇଛି । ମୋତେ ମୋ ପୁଅକୁ ସେ ପିଲା ଝିଅର ଅଶ୍ଳୀଳ ଫଟୋ ପଠାଏ । ଏ ନେଇ ମୁଁ ଦୁଇଥର ଥାନାକୁ ଯାଇଥିଲି । ସ୍ଥାନୀୟ ସରପଞ୍ଚକୁ ନେଇକି ଥରେ ଥାନାକୁ ବି ଯାଇଥିଲି । ନଗ୍ନ ଫଟୋ ଛାଡ଼ିବା, ହାରସମେଣ୍ଟ ସହ ଗାଳିଗୁଲଜ କରିବା ନେଇ ଥରେ ଅଭିଯୋଗ କରିଛି ।
You Can Read:
ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା : ପାହାଡ଼ ଉପରୁ ମାଟି ଖୋଳି ଶବ ଜବତ କଲା ପୋଲିସ