ସମ୍ବଲପୁର ୨୩/୧୧: ସମ୍ବଲପୁରରେ ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାରେ ଚାଷୀଙ୍କ ଠାରୁ ସୁରୁଖୁରୁରେ ଧାନ କିଣା ଚାଲିଛି କି ନାହିଁ ତାହା ତଦାରଖ କରିଛନ୍ତି । ବରେଇପାଲି ମଣ୍ଡି ପରିଦର୍ଶନ କରି ମଣ୍ଡି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ବରେଇପାଲି ମଣ୍ଡିକୁ ଏକ ଆଦର୍ଶ ମଣ୍ଡି ଭାବରେ ଗଢିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ |
ଶୁକ୍ରବାରଠାରୁ ସମ୍ବଲପୁର ବରେଇପାଲି ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ଏହାର ଗୋଟିଏ ଦିନ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଣ୍ଡି ସମୀକ୍ଷା କରିଛନ୍ତି । ସେ ପ୍ରଥମେ ସମ୍ବଲପୁର ସର୍କିଟ୍ ହାଉସରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଧାନ କିଣା ନେଇ ବୈଠକ କରିଥିଲେ । ମଣ୍ଡି ଗୁଡିକ ଉନ୍ନତିକରଣ ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପରେ ବିଭିନ୍ନ ମଣ୍ଡି ବୁଲି ଧାନ କେମିତି ଚାଲିଛି ତାହାର ସମୀକ୍ଷା କରିଛନ୍ତି ।