କଳାହାଣ୍ଡି ୦୨।୦୧ : କ୍ଷତିପୂରଣ ଦାବିରେ ରାସ୍ତାରୋକ। କଳାହାଣ୍ଡି ମୋଟେର ମୁଖିଗୁଡ଼ା ମୁଖ୍ୟ ରାସ୍ତା ବାନେର୍ ଛକରେ ଶବ ରଖି ରାସ୍ତା ଅବରୋଧ କରାଯାଇଛି । ଯାହାଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଖବର ଅନୁଯାୟୀ, ଗତ ୨୯ ଡିସେମ୍ବର ରବିବାର ଦିନ ବାନେର ଗାଁରେ ଉଛବ ବାଗ ଏକ ବାଇକ ଯୋଗ ବିଜମରା ଧନୁଯାତ୍ରା ଦେଖି ଫେରୁଥିଲେ । ଏହି ସମୟରେ କଲୋନୀ ପଡ଼ା ବନ୍ଧ କଡ଼ରେ ଏକ ଟ୍ୟାଙ୍କର ଗାଡି ସହ ଧକ୍କା ହୋଇଥିଲା । ଯାହାଫଳରେ ଉଚ୍ଛବ ଗୁରୁତର ଭାବେ ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲେ । ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସିନଥିଲା । ଶେଷରେ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଉଚ୍ଛବଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଉଚ୍ଛବଙ୍କ ମୃତଦେହ ଗାଁକୁ ଫେରିଥିଲା । ଗାଁ ଲୋକ ଏବଂ ପରିବାର ଲୋକ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଛି ।