ଲମତାପୁଟ ୨୪।୦୮ : ଡୁଡୁମା ଜଳପ୍ରପାତରେ ଭାସିଯିବାର ୧୫ ଘଣ୍ଟା ବିତି ଯାଇଥିଲେ ମଧ୍ୟ ବ୍ରହ୍ମପୁରର ୟୁଟ୍ୟୁବ ବ୍ଲଗର ସାଗର କୁଣ୍ଡୁଙ୍କ କୌଣସି ପତ୍ତା ମିଳିନି। ଆଜି ପୁଣି ଲମତାପୁଟ ଅଗ୍ନିଶମ ବିଭାଗ ସର୍ଚ୍ଚ ଅପେରସନ ଆରମ୍ଭ କରିବ।
ଶନିବାର ବ୍ରହ୍ମପୁରର ସାଗର ଏବଂ କଟକର ଅଭିଜିତ ବେହେରା ମିଶି ଡୁଡୁମା ଜଳପ୍ରପାତ ଉପରେ ଡ୍ରୋନ ସାହାଯ୍ୟରେ ଭିଡିଓ ସୁଟିଂ କରୁଥିଲେ। ଏହି ସମୟରେ ମାଛ କୁଣ୍ଡ ଡି-ଡ୍ୟାମର ୭ ନମ୍ବର ଗେଟ୍ ଖୋଲିବା ଯୋଗୁ ଜଳସ୍ତର ବଢ଼ିଯାଇଥିଲା l ପର୍ଯ୍ୟଟକମାନେ ପାଣି ମାଡି ଆସୁଥିବା ଦେଖି ପାଟିକରିବାରୁ ଅଭିଜିତ ବେହେରା ବାହାରି ଆସିଥିଲେ। ତେବେ ସାଗର ଭାସି ଯାଇ ୫୫୦ ଫୁଟ ତଳକୁ ଖସି ପଡ଼ି ନିଖୋଜ ହୋଇଯାଇଥିଲେ। ପ୍ରଖର ସ୍ରୋତରେ ସାଗର ନିଖୋଜ ହୋଇଯାଇଥିଲେ । ଜଳପ୍ରପାତକୁ ଯିବା ଆଗରୁ ସାଗର କିଛି ଭିଡ଼ିଓ ସୁଟିଂ କରିଥିଲେ। ଏହି ଭିଡ଼ିଓ ସାମ୍ନାକୁ ଆସିଛି।