ରାଜ୍ୟସ୍ତରୀୟ ମଧୁବାବୁ ଜୟନ୍ତୀ ସମାରୋହ ଓ ସାଲେପୁର ମହୋତ୍ସବ ଆରମ୍ଭ

Published By : Prameya-News7 Bureau | April 25, 2025 IST

ସାଲେପୁର ୨୫।୦୪ : ଉତ୍କଳ ଗୌରବ ମଧୁବାବୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ସାଲେପୁର ମହୋତ୍ସବ ମହା ଆଡମ୍ବରରେ ଆରମ୍ଭ ହୋଇଛି । ସାଲେପୁର ହାଇସ୍କୁଲରେ ଏହି ଉତ୍ସବ ଆରମ୍ଭ ହୋଇଯାଇଛି । ୪ ଦିନ ଧରି ଚାଲିବ ଏହି ମହୋତ୍ସବ । 

ଉତ୍କଳ ଗୌରବ ମଧୁ ଜୟନ୍ତୀ କମିଟି ପକ୍ଷରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ମଧୁ ଜୟନ୍ତୀ ଓ ସାଲେପୁର ମହୋତ୍ସବ । ଶୁକ୍ରବାର ମାନେ ୨୫ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ଯାଏ ଚାଲିବ ଏହି ମହୋତ୍ସବ । ମଧୁବାବୁ ଜୟନ୍ତୀ କମିଟିର ସଭାପତି ତଥା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହି ମହୋତ୍ସବର ଆୟୋଜନ ହୋଇଛି । କମିଟି ସଭାପତି ସତ୍ୟଭମାପୁରରୁ ମଧୁ ଜ୍ୟୋତିକୁ ପ୍ରଜ୍ୱଳିତ କରି ବିଭିନ୍ନ ପଞ୍ଚାୟତ ଅଭିମୁଖେ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଚାରିଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ବିଶ୍ୱର କୋଣ ଅନୁକୋଣରୁ ଅନେକ କଳାକାର କଳା ପ୍ରଦର୍ଶନ କରିବା ସହ ପ୍ରତିଷ୍ଠିତ ବ୍ୟକ୍ତିମାନେ ସାମିଲ ହେବ । ଏହି ମହୋତ୍ସବରେ ଲକ୍ଷ ମଧୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ସହିତ ତାଙ୍କ ଜନ୍ମପୀଠକୁ ଜାତୀୟ ସ୍ମାରକୀ ଘୋଷଣା କରାଯାଉ ବୋଲି ମଧୁବାବୁ କମିଟି ସଭାପତି ଦାବି କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.