ମୁମ୍ଵାଇ ୨୩।୦୬; 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ତୃତୀୟ ସିଜିନ୍ର ପ୍ରଥମ ଏପିସୋଡ୍ ନେଟ୍ଫ୍ଲିକ୍ସରେ ଷ୍ଟ୍ରିମ୍ ହୋଇଛି। ଏହି ସିଜିନ୍ର ପ୍ରଥମ ଅତିଥି ହୋଇଥିଲେ ସଲମାନ। ଶୋ'ରେ ସଲମାନ୍ ପୂର୍ବ ଅପେକ୍ଷା ଅଧିକ ଫିଟ୍ ଦେଖାଯାଉଥିଲେ। ଏବେ ଅଭିନେତା ଶୋ'ରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ବଡ଼ ଖୁଲାସା କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଏବେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ୁଛନ୍ତି। ତଥାପି ସେ ନିଜର କଠିନ ପରିଶ୍ରମ ଏବଂ ଆଗ୍ରହ ସହିତ କାମ ଜାରି ରଖିଛନ୍ତି। ଏହି ରୋଗ ଗୁଡ଼ିକ କ'ଣ ଏବଂ ସଲମାନ ସେଗୁଡ଼ିକୁ କିପରି ସାମ୍ନା କରୁଛନ୍ତି?
ସଲମାନ ଖାନ ୨୧ ଜୁନ୍ ୨୦୨୫ରେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ'ର ନୂତନ ସିଜିନର ପ୍ରଥମ ଅତିଥି ଭାବରେ ଦେଖା ଦେଇଥିଲେ। ଏହି ସମୟରେ, ସେ ପୂର୍ବ ଅପେକ୍ଷା ଅଧିକ ଫିଟ୍ ଏବଂ ଶକ୍ତିଶାଳୀ ଦେଖାଯାଉଥିଲେ। ଯେତେବେଳେ କପିଲ ଶର୍ମା ୫୯ ବର୍ଷୀୟ ସଲମାନଙ୍କ ସହ ବିବାହ ବିଷୟରେ କଥା ହୋଇଥିଲେ, ସଲମାନ କହିଥିଲେ ଯେ ବିବାହ ଏବଂ ଛାଡପତ୍ର ଭାବପ୍ରବଣ ଏବଂ ଆର୍ଥିକ ଭାବରେ କଷ୍ଟକର ମଧ୍ୟ ହୋଇପାରେ, ଏବଂ ଏହା ପୁଣି ଥରେ ଆରମ୍ଭ କରିବା ସହଜ ନୁହେଁ। କାରଣ "ମୋର ପ୍ରତିଦିନ ହାଡ଼ ଭାଙ୍ଗୁଛି, ପଞ୍ଜରା ଭାଙ୍ଗୁଛି, ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ ସହିତ ମୁକାବିଲା କରିବାକୁ ପଡୁଛି, ବ୍ରେନ୍ରେ ଆନ୍ୟୁରିଜିମ୍ ଥିବା ସତ୍ତ୍ୱେ କାମ କରିବାକୁ ପଡୁଛି।
ଏଭଳି ଗମ୍ଭୀର ରୋଗରେ ପୀଡିତ ସଲମାନ ଖାନ ନିଜକୁ ସାହସୀ ବୋଲି କୁହନ୍ତି। ସେ କହିଥିଲେ, "ଏସବୁ ମୋ ଜୀବନରେ ଘଟୁଛି। ଅଧା ଟଙ୍କା ନେଇଯାଉଛି। ଯଦି ଏହା କମ୍ ବୟସରେ ହୋଇଥାନ୍ତା, ତେବେ ଏହା ଠିକ୍ ଥିଲା, ପୁଣି ଥରେ ରୋଜଗାର କରିହୋଇଥାନ୍ତା।"
ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ: ଏହା ଏକ ରୋଗ ଯେଉଁଥିରେ ମୁହଁର ସ୍ନାୟୁ ଫୁଲିଯାଏ, ଅସହ୍ୟ ଯନ୍ତ୍ରଣା ହୁଏ। ଏହାକୁ 'ଆତ୍ମଘାତୀ ରୋଗ' ମଧ୍ୟ କୁହାଯାଏ । କାରଣ ଏହି ଯନ୍ତ୍ରଣା ଯୋଗୁଁ ଅନେକ ଲୋକ ମାନସିକ ଚାପଗ୍ରସ୍ତ ହୁଅନ୍ତି। ସଲମାନ ୨୦୧୭ ମସିହାରେ 'ଟ୍ୟୁବଲାଇଟ୍'ର ପ୍ରମୋସନ ସମୟରେ କହିଥିଲେ ଯେ ଏହି ଯନ୍ତ୍ରଣା ଏତେ ଭୟଙ୍କର ଯେ ସେ ମଧ୍ୟ ଥରେ ଆତ୍ମହତ୍ୟା ବିଷୟରେ ଚିନ୍ତା କରିବାକୁ ଲାଗିଥିଲେ। କିନ୍ତୁ ସେ ସାହସ ହରାଇ ନଥିଲେ ।