ନୂଆଦିଲ୍ଲୀ ୨୩।୦୬: ଭାଗ୍ୟ ଏକ ଅଦ୍ଭୁତ ଜିନିଷ । କେହି ଜାଣନ୍ତି ନାହିଁ କେବେ ବଦଳିଯିବ । ଅନେକ ଉଦାହରଣ ରହିଛି, କେହି କେହି ଅତି ଗରୀବରୁ ହୋଇଛନ୍ତି ଧନୀ । କିନ୍ତୁ ଏହା କେବଳ ସେତେବେଳେ ସମ୍ଭବ ଯେତେବେଳେ ଭାଗ୍ୟ ଦେଇଥାଏ ଆପଣଙ୍କ ସାଥ୍ । ଏମିତି ହିଁ ଭାଗ୍ୟ ସାଥ୍ ଦେଇଥିଲା ଜଣେ ଅଭିନେତ୍ରୀଙ୍କୁ । ଜଣେ ଯୋଗ ପ୍ରଶିକ୍ଷକରୁ ହୋଇଥିଲେ ଅଭିନେତ୍ରୀ । ସେ କେବେବି ଭାବିନଥିଲେ ତାଙ୍କୁ ଭାଗ୍ୟ ଏପରି ଉପହାର ଦେବ । ସେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପୂର୍ବରୁ ସେ ଯୋଗ ଶିକ୍ଷକ ଥିଲେ । କିନ୍ତୁ ଫିଲ୍ମରେ ଏଣ୍ଟ୍ରି କରିବା ପରେ ସେ ହୋଇଗଲେ ଦକ୍ଷିଣର ଶ୍ରେଷ୍ଠ ଅଭିନେତ୍ରୀ । ଏହି ଶ୍ରେଷ୍ଠ ଅଭିନେତ୍ରୀ ଆଉ କେହି ନୁହଁନ୍ତି ବରଂ ସାଉଥ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟି ।
ଅନୁଷ୍କା ସେଟ୍ଟି ସାଉଥ୍ ଇଣ୍ଡଷ୍ଟ୍ରିରେ ଏକ ବଡ଼ ନାଁ । ସେ ସାଉଥ୍କୁ ସର୍ବାଧିକ ଆୟକାରୀ ଫିଲ୍ମ ଦେଇଛନ୍ତି । ଅନୁଷ୍କାଙ୍କ ଜନ୍ମ ୭ ନଭେମ୍ବର ୧୯୮୧ରେ ହୋଇଥିଲା। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଅଭିନେତ୍ରୀ ଯୋଗ ପ୍ରଶିକ୍ଷକ ଭାବରେ କାମ କରୁଥିଲେ । ସେ ଲୋକମାନଙ୍କୁ ଯୋଗ ଶିଖାଉଥିଲେ । ଯୋଗ ଶିଖାଇବା ବେଳେ ନିର୍ଦ୍ଦେଶକ ମେହେର ରମେଶଙ୍କ ଉପରେ ତାଙ୍କର ପଡିଥିଲା ନଜର । ନିର୍ଦ୍ଦେଶକ ପ୍ରଥମ ଦେଖାରେ ଅନୁଷ୍କାଙ୍କୁ କରିଥିଲେ ପସନ୍ଦ । ସେ ତାଙ୍କୁ ଫିଲ୍ମରେ କାମ କରିବାକୁ ଦେଇଥିଲେ ପ୍ରସ୍ତାବ ।
ସେହି ଗୋଟିଏ ସୁଯୋଗ ଅନୁଷ୍କାଙ୍କୁ ଯୋଗ ପ୍ରଶିକ୍ଷକରୁ ସିଧାସଳଖ କରିଥିଲା ନାୟିକା । ମେହେର ରମେଶ ଅନୁଷ୍କାଙ୍କ ପାଇଁ ପୁରୀ ଜଗନ୍ନାଥଙ୍କ ସହିତ କଥା ହୋଇଥିଲେ । ସେ ରାଜି ହୋଇଥିଲେ ଏବଂ ତାଙ୍କୁ ଅଭିନୟ ପାଇଁ ମିଳିଥିଲା ସୁଯୋଗ । ଅନୁଷ୍କା ଶର୍ମାଙ୍କ ପ୍ରଥମ ଫିଲ୍ମ 'ସୁପର' ୨୦୦୫ ମସିହାରେ ମୁକ୍ତିଲାଭ କରିଥିଲା। କିନ୍ତୁ ତାଙ୍କର ପ୍ରଥମ ଫିଲ୍ମ ବକ୍ସ ଅଫିସରେ କିଛି ଖାସ୍ କରିପାରିନଥିଲା । ଏହାପରେ ତାଙ୍କୁ 'ମହାନଦୀ' ଫିଲ୍ମରେ କାମ କରିବାର ମିଳିଥିଲା ସୁଯୋଗ । କିନ୍ତୁ ଅନୁଷ୍କାଙ୍କୁ ପରିଚୟ ଦେଇଥିଲା ଏସଏସ ରାଜାମୌଲିଙ୍କ ଗୋଟିଏ ଫୋନ୍ କଲ । ଏହି ଫୋନ୍ କଲ୍ ଅନୁଷ୍କାଙ୍କ ପୁରା ଭାଗ୍ୟ ବଦଳାଇ ଦେଇଥିଲା ।
ଦକ୍ଷିଣର ବଡ଼ ନିର୍ଦ୍ଦେଶକ ରାଜାମୌଲି । ତାଙ୍କ ବ୍ଲକବଷ୍ଟର ଫିଲ୍ମ 'ବାହୁବଳୀ'ରେ ଦେବସେନା ଭୂମିକା ପାଇଁ ଅନୁଷ୍କା ଶର୍ମାଙ୍କ ସହ କଥା ହୋଇଥିଲେ । ଆଉ ତୁରନ୍ତ ରାଜି ହୋଇଗଲେ ଅନୁଷ୍କା । ଅଭିନେତ୍ରୀ ଦେବସେନା ହୋଇ ସମସ୍ତଙ୍କ ହୃଦୟ ଜିତିଲେ । 'ବାହୁବଳୀ'ରେ ଦେବସେନାଙ୍କ ଚରିତ୍ରକୁ ଲୋକଙ୍କଠାରୁ ବହୁତ ଭଲ ମିଳିଥିଲା । ଏହାପରେ, ସେ 'ରୁଦ୍ରମାଦେବୀ', 'ଅରୁନ୍ଧତୀ' ଏବଂ 'ବେଦମ' ଭଳି ବ୍ଲକବଷ୍ଟର ଫିଲ୍ମରେ ମଧ୍ୟ କାମ କରିଥିଲେ । ସବୁଠାରୁ ଖାସ୍ କଥା ହେଉଛି ବାହୁବଳୀ ଏବଂ ବାହୁବଳୀ ୨ ଏକାକି ହିଁ ୨୪୦୦କୋଟିର କଲେକ୍ସନ୍ କରିଥିଲା । କୁହାଯାଉଛି କି ବର୍ତ୍ତମାନ ଅନୁଷ୍କାଙ୍କ ମୋଟ ସମ୍ପତ୍ତି ୧୪୦ କୋଟି । ସେ ଏବେ ଲଗଜୁରୀ ଲାଇଫ୍ ଷ୍ଟାଇଲ୍ ମେଣ୍ଟେନ୍ କରୁଛନ୍ତି ।