ଷ୍ଟକହୋମ ୩୦।୧: ସ୍ୱିଡେନରେ ମସଜିଦ୍ ସାମ୍ନାରେ କୋରାନ ପୋଡିଥିବା ସଲଭାନ ମୋମିକାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସଶସ୍ତ୍ର ଦୁର୍ବୃତ୍ତ ତାଙ୍କ ଘରେ ପଶି ସଲଭାନଙ୍କୁ ଗୁଳି କରିଛି। ଘଟଣା ବେଳେ ସଲଭାନ ମୋମିକା ଷ୍ଟକହୋମସ୍ଥିତ ନିଜ ଘରେ ଟିକଟକ୍ ରେ ଲାଇଭ ଥିଲେ। ଏହି ସମୟର ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଗୁଳି କରିଛି। ଫଳରେ ଘଟଣା ସ୍ଥଳରେ ସଲଭାନଙ୍କ ମୃତ୍ୟୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ସଲଭାନ ୨୦୨୩ ମସିହାରେ କୋରାନ ପୋଡି କରିଥିଲେ। ଏହି ଘଟଣାକୁ ଅନେକ ମୁସ୍ଲିମ ଦେଶରେ ସମାଲୋଚନା କରାଯାଇଥିଲା।
କୋରାନ ପୋଡି ମାମଲାରେ କୋର୍ଟରେ ସଲଭାନଙ୍କ ବିଚାର ଚାଲିଥିଲା। ସଲଭାନ ଜାତୀୟ ଘୃଣା ଉସକାଇବାରେ ଦୋଷୀ କି ଏ ନେଇ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ଆତତାୟୀ ତାଙ୍କୁ ହତ୍ୟା କରିଛି। ତେବେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଥିବାରୁ କୋର୍ଟରେ ତାଙ୍କ ମାମଲା ରଦ୍ଦ ହୋଇଯାଇଛି। ୩୮ ବର୍ଷ ବୟଷ୍କ ସଲଭାନ ସ୍ୱିଡେନରେ ଇସ୍ଲାମର ପବିତ୍ର ପୁସ୍ତକ କୋରାନ ପୋଡିବା ସହ ଏହାକୁ ଅପମାନିତ ମଧ୍ୟ କରିଥିଲା। ତେବେ କୋରାନ ପୋଡି ଘଟଣାକୁ ନେଇ ଅନେକ ମୁସଲମାନ ଦେଶରେ ତା ପ୍ରତି ରୋଷ ବ୍ୟପ୍ତ ହୋଇଥିଲା ଓ ବିଭିନ୍ନ ସ୍ଥାନରେ ଦଙ୍ଗା ଏବଂ ଅଶାନ୍ତି ବ୍ୟାପିଯାଇଥିଲା।
ଜାତୀୟ ସମୂଦାୟ ବିରୋଧରେ ହିଂସା ଉସକାଇବା ଅଭିଯୋଗରେ ସଲଭାନ ବିରୋଧରେ ସ୍ୱିଡେନରେ ଯାଞ୍ଚ ହେଉଥିଲା। ସଲଭାନ କହିଥିଲା ଯେ ସେ ଇସ୍ଲାମ ଧର୍ମରବିରୋଧୀ, କିନ୍ତୁ ମୁସଲମାନଙ୍କ ବିରୋଧୀ ନୁହେଁ। ସେ କହିଥିଲେ ଯେ ସ୍ୱିଡେନର ଲୋକଙ୍କୁ କୋରାନର ବାର୍ତ୍ତାରୁ ରକ୍ଷା କରିବାକୁ ଚାହୁଁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସ୍ୱିଡେନର ଲୋକେ ଅଭିବ୍ୟକ୍ତିର ସ୍ୱାଧୀନତାରେ ତାଙ୍କୁ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦେଇଥିଲେ। ତେବେ ଏଥି ପାଇଁ ତାଙ୍କ ବିରୋଧରେ ମକଦ୍ଦମା ମଧ୍ୟ ରୁଜୁ ହୋଇଥିଲା।