ନୂଆଦିଲ୍ଲୀ : ଏଆଇ ଦୁନିଆର ମହାରଥି ଏଲନ ମସ୍କ ଓ ସାମ୍ ଅଲ୍ଟମ୍ୟାନ୍ଙ୍କ ମଧ୍ୟରେ ଭୟଙ୍କର ମୁକାବିଲା ଦେଖିବାକୁ ମିଳୁଛି , କାରଣ ଆପଲ୍ ଉପରେ ଏଲନ ମସ୍କ କରିଥିବା ଅଭିଯୋଗ ପରେ ଚାଟ୍ ଜିପିଟି ଫାଉଣ୍ଡରଙ୍କର ଜବାବ ଆସିଛି। ବିଗତ ଦିନରେ ମସ୍କ ଆପଲ ଉପରେ ଓପେନ ଏଆଇର ଚାଟ୍ ଜିପିଟିକୁ ଆପ୍ ଷ୍ଟୋର ରାଙ୍କିଂରେ ପ୍ରାଥମିକତା ଦେଉଥିବା ଅଭିଯୋଗ କରିଥିଲେ। ମସ୍କଙ୍କ କହିବାନୁସାରେ, ଏହା ଆଣ୍ଟିଟ୍ରଷ୍ଟର ଉଲ୍ଲଂଘନ ଏବଂ ସେ ଆପଲ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି।
ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଥିବା ଏକ ସିରିଜରେ ଦାବି କରିଛନ୍ତି ଯେ, ଆପଲ୍ର ନୀତି ଅନ୍ୟ ଏଆଇ କମ୍ପାନୀ , ବିଶେଷକରି ତାଙ୍କର କମ୍ପାନୀ ଏକ୍ସଏଆଇ , ପାଇଁ ଟପ୍ ପୋଜିସନ ହାସଲ କରିବା ମୁସ୍କିଲ ହୋଇଛି। ସେ କହିଛନ୍ତି , ଆପଲ୍ ଏହିପରି ବ୍ୟବହାର କରୁଛି ଯେ, ଓପେନଏଆଇ ବ୍ୟତୀତ କୌଣସି ବି ଏଆଇ କମ୍ପାନୀ ଆପ୍ ଷ୍ଟୋରରେ ନମ୍ୱର-୧ ହୋଇ ପାରିବ ନାହିଁ , ଯାହା ସିଧାସଳଖ ଆଣ୍ଟିଟ୍ରଷ୍ଟର ଉଲ୍ଲଂଘନ।
କହି ରଖୁଛୁ କି , ଏକ୍ସଏଆଇ ନିକଟରେ Grokର ସାଥି ଚାଟବଟ୍ ଏବଂ Grok Imagine ଟୁଲ୍ ଲଞ୍ଚ କରିଛି, ଯାହା ଏଆଇ ଇମେଜ ଓ ଭିଡ଼ିଓ ତିଆରି କରିପାରେ। ପରେ ଏହି ଟୁଲ୍ ସବୁ ୟୁଜରଙ୍କ ପାଇଁ ମୁକ୍ତ କରି ଦିଆ ଗଲା, ଯେଉଁଥିରେ Grok ଆପ୍ , ଆପ୍ ଷ୍ଟୋରରେ ୨୯ତମ ପୋଜିସନରେ ପହଞ୍ଚି ଯାଇଛି। ଆଜି ହିଁ ଏକ୍ସଏଆଇ Grok -4 , ନିଜର ସବୁଠୁ ଆଡଭାନ୍ସଡ୍ ଏଆଇ ମଡେଲକୁ ମଧ୍ୟ ଫ୍ରି କରିଦେଇଛି, ଯେଉଁଥିରେ ଏହି ଆପ୍ ଗ୍ଲୋବାଲ ରାକିଂରେ ପଞ୍ଚମ ନମ୍ୱରରେ ପହଞ୍ଚି ଯାଇଛି।
ମସ୍କଙ୍କର ଅଭିଯୋଗ ଯେ, ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ , ଆପଲ୍ Grok କୁ ଟପ୍ରେ ସ୍ଥାନ ଦେଉ ନାହିଁ, ଯେତେବେଳେ କି ଚାଟ୍ ଜିପିଟି ଲଗାତାର ପ୍ରଥମ ପୋଜିସନରେ ଅଛି। ସେ ଆପଲ୍କୁ ପଚାରି ଥିଲେ , ତୁମେ ନିଜର ‘Must Have’ ସେକ୍ସନରେ ଏକ୍ସକୁ କିମ୍ୱା Grokକୁ କାହିଁକି ସାମିଲ କରୁ ନାହଁ, ଯେତେବେଳେ କି , ଏକ୍ସ ବିଶ୍ୱର ନମ୍ୱର ୱାନ ନ୍ୟୁଜ୍ ଆପ୍ ଏବଂ Grok ସବୁ ଆପ୍ସରେ ୫ମ ପୋଜିସନରେ ?
ଅନ୍ୟପଟେ, ଓପେନ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ ମସ୍କଙ୍କ ଅଭିଯୋଗରେ ଜବାବ ଦେଇଛନ୍ତି। ସେ କହିଛନ୍ତି , ଏହା ଏକ ଆଶ୍ଚର୍ଯ୍ୟକର ଦାବି , ବିଶେଷକରି ଏହା ମୁଁ ଶୁଣିଛି ଯେ, ଏଲନ ନିଜେ ଏକ୍ସକୁ ଏହିପରି କଣ୍ଟ୍ରୋଲ କରନ୍ତି , ଯେପରି ତାଙ୍କୁ ଓ ତାଙ୍କର କମ୍ପାନୀ ଗୁଡ଼ିକୁ ଫାଇଦା ହେଉ ଏବଂ ତାଙ୍କର ପ୍ରତିଯୋଗୀ ଓ ନାପସନ୍ଦ ଲୋକଙ୍କର କ୍ଷତି ହେଉ।
This is a remarkable claim given what I have heard alleged that Elon does to manipulate X to benefit himself and his own companies and harm his competitors and people he doesn't like. https://t.co/HlgzO4c2iC
— Sam Altman (@sama) August 12, 2025
ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ବାତାବରଣ ସରଗରମ୍ ହୋଇ ଉଠିଛି। ମାମଲା ଏବେ କୋର୍ଟରେ ପହଞ୍ଚି ପାରେ। ହେଲେ ଆପଲ୍ ଓ ଓପେନ ଏଆଇ ମଧ୍ୟରେ ଚାଟ୍ଜିପିଟିକୁ ଆପଲ୍ ଇଣ୍ଟେଲିଜେନ୍ସରେ ଇଣ୍ଟିଗ୍ରେଟ୍ କରିବାକୁ ପାର୍ଟନରସିପ୍ ହୋଇଛି, କିନ୍ତୁ ଏମିତି କୌଣସି କନଫର୍ମେସନ ବର୍ତ୍ତମାନ ମିଳି ନାହିଁ ଯେ, ଏହି କୋଲେବରେସନ ଆପ୍ ଷ୍ଟୋର ରାଙ୍କିଂକୁ ପ୍ରଭାବିତ କରୁଛି।