ମୁମ୍ଵାଇ ୦୨।୦୧; ୨୦୨୧ ବର୍ଷ ଶାହାରୁଖ ଖାନ ଏବଂ ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଖରାପ ଥିଲା । ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଥିଲା। ଜାମିନ ପାଇବା ପୂର୍ବରୁ ଆର୍ଯ୍ୟନ୍ ୨୫ ଦିନ ଜେଲରେ ରହିଥିଲେ । ପରେ ଆର୍ଯ୍ୟନଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ସେତେବେଳେ ସମୀର ୱାନଖଡେ ଏନସିବିର ଜୋନାଲ ନିର୍ଦ୍ଦେଶକ ଥିଲେ। ସେ ହିଁ ଏହି ମାମଲାର ତଦନ୍ତ କରିଥିଲେ ଏବଂ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲେ।
ବର୍ତ୍ତମାନ ସମୀର ୱାନଖଡେ ତାଙ୍କ ବିରୋଧରେ ଚାଲିଥିବା ଅଭିଯାନକୁ ନେଇ ଶାହାରୁଖ ଖାନଙ୍କ ଚାଟ୍ ଏବଂ ଆର୍ଯ୍ୟନଙ୍କୁ ମୁକ୍ତ କରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
'ମୋର କୌଣସି ଅନୁତାପ ନାହିଁ'- ସମୀର ୱାନଖଡେ
ଯେତେବେଳେ ସମୀରଙ୍କୁ ପଚରାଗଲା ଯେ ସେ ସୁପରଷ୍ଟାରଙ୍କ ପୁଅକୁ ଗିରଫ କରିଥିବାରୁ ତାଙ୍କୁ ଗଣମାଧ୍ୟମ ଟାର୍ଗେଟ କରିଛି କି? ୱାନକେଡେ କହିଛନ୍ତି, 'ମୁଁ କହିବି ନାହିଁ ଯେ ମୋତେ ଟାର୍ଗେଟ କରାଯାଇଥିଲା କିନ୍ତୁ ମୁଁ କହିବି ଯେ ମୁଁ ମଧ୍ୟ ଭାଗ୍ୟବାନ, କାରଣ ମୁଁ ମଧ୍ୟବିତ୍ତ ଲୋକଙ୍କଠାରୁ ପ୍ରେମ ପାଇଛି। ସେମାନେ ଅନୁଭବ କରନ୍ତି ଯେ କେହି ବଡ଼ ହେଲେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ସମସ୍ତଙ୍କୁ ନିୟମ ମାନିବାକୁ ପଡ଼ିବ । ମୋର କୌଣସି ଅନୁତାପ ନାହିଁ। ଯଦି ମୁଁ ପୁନର୍ବାର ସୁଯୋଗ ପାଏ, ମୁଁ ମଧ୍ୟ ସେହିପରି କରିବି
ଚାଟ୍ ଲିକ୍ ଅଭିଯୋଗ ଉପରେ ସମୀର କହିଥିଲେ
ଯେତେବେଳେ ଶାହାରୁଖଙ୍କ ଚାଟ୍ ବିଷୟରେ ପଚରାଗଲା, ସମୀର ୱାନଖଡେ ସିଧାସଳଖ ଉତ୍ତର ଦେଇ ନାହାଁନ୍ତି। କହିଥିଲେ ଯେ ସେ ଏହା ଉପରେ କଥାବାର୍ତ୍ତା କରିପାରିବେ ନାହିଁ କାରଣ କୋର୍ଟରେ ଏକ ଆଫିଡେଭିଟ୍ ଦିଆଯାଇଛି। କିନ୍ତୁ ସମୀର ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଶାହାରୁଖଙ୍କ ଚାଟ୍ ଲିକ୍ କରିନାହାଁନ୍ତି। ସେ କହିଥିଲେ, 'ମୁଁ ସେତେ ଦୁର୍ବଳ ନୁହେଁ ଯେ ମୁଁ ଜିନିଷ ଲିକ୍ କରିବି।' ଯେତେବେଳେ ତାଙ୍କୁ ପଚରାଗଲା ଯେ ଏହା ସୁଚିନ୍ତିତ ଭାବରେ କରାଯାଇଛି ଯାହା ଦ୍ଵାରା ଶାହାରୁଖ ଏବଂ ଆର୍ଯ୍ୟନଙ୍କୁ ପୀଡିତ ଭାବରେ ଦର୍ଶାଯାଇପାରିବ। ଏହା ଉପରେ ସେ କହିଥିଲେ, 'ମୁଁ କହିବି ଯିଏ ଏହା କରିଛି ପ୍ଲିଜ ଆହୁରି ଅଧିକ ଚେଷ୍ଟା କରନ୍ତୁ।'
ଆର୍ଯ୍ୟନଙ୍କୁ ମୁକ୍ତ କରିବା ପାଇଁ ୨୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ସମୀର କହିଥିଲେ, 'ମୁଁ ଆର୍ଯ୍ୟନଙ୍କୁ କେବେବି ଛାଡି ନାହିଁ, ବରଂ ମୁଁ ତାଙ୍କୁ ଧରିଥିଲି। ଏହି ମାମଲା କୋର୍ଟରେ ଅଛି ଏବଂ ଦେଶର ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଅନ୍ୟପଟେ ସମୀର ୱାନଖଡେଙ୍କ ଦଳ ଆର୍ଯ୍ୟନଙ୍କୁ ହଇରାଣ କରିଥିବା ଅଭିଯୋଗ ଉପରେ ସେ କହିଛନ୍ତି, 'ମୁଁ ଭାବୁନାହିଁ ଯେ ମୁଁ କୌଣସି ଶିଶୁକୁ ଗିରଫ କରିଛି। ୨୩ ବର୍ଷ ବୟସରେ ଭାଗବତ ସିଂ ଦେଶ ପାଇଁ ନିଜ ଜୀବନ ଦେଇଥିଲେ। ଆପଣ ତାଙ୍କୁ ପିଲା ବୋଲି କହିପାରିବେ ନାହିଁ ।