ନୂଆଦିଲ୍ଲୀ ୧୫।୧: କଂଗ୍ରେସ ନେତା ଜୟରାମ ରମେଶଙ୍କ ଦ୍ୱାରା ରୁଜୁ ରିଟ୍ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି। ମାର୍ଚ୍ଚ ୧୭ରେ ଆରମ୍ଭ ହେଉଥିବା ସପ୍ତାହ ସୁଦ୍ଧା ସରକାର ଓ ନିର୍ବାଚନ ଆୟୋଗଙ୍କୁ ଜବାବ ଦାଖଲ କରିବାକୁ ପଡିବ। ପିଟିସନରେ ନିର୍ବାଚନ ନିୟମ ୧୯୬୧ ସଂଶୋଧନକୁ ଚ୍ୟାଲେଞ୍ଜ କରାଯାଇଛି। ଏହି ନିୟମ କେତେକ ଇଲେକ୍ଟ୍ରୋନିକ ଡକ୍ୟୁମେଣ୍ଟର ସାର୍ବଜନିକ ନିରୀକ୍ଷଣ ଉପରେ ରୋକ ଲଗାଉଛି।
ନିର୍ବାଚନ ନିୟମ ୧୯୬୧ରେ ସରକାର କରିଥିବା ଏହି ସଂଶୋଧନକୁ କଂଗ୍ରେସ ଆପତ୍ତି କରିଛି। ଏହା ବିରୋଧରେ ପାର୍ଟି କୋର୍ଟକୁ ଯାଇଥିବା ବେଳେ ଏବେ ନୋଟିସ୍ ଜାରି ହୋଇଛି। ଏହି ମାମଲାର ପରବର୍ତ୍ତି ଶୁଣାଣି ୧୭ ମାର୍ଚ୍ଚରୁ ଆରମ୍ଭ ହେଉଥିବା ସପ୍ତାହରେ ହେବ। ନିକଟରେ କେନ୍ଦ୍ରର ମୋଦି ସରକାର ସିସିଟିଭି କ୍ୟାମେରା ଏବଂ ୱେବକାଷ୍ଟିଂ ଫୁଟେଜ ସହିତ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂ ଭଳି ଡକ୍ୟୁମେଣ୍ଟର ସାର୍ବଜନିକ ନିରୀକ୍ଷଣ ରୋକିବା ପାଇଁ ନିର୍ବାଚନ ସମ୍ପର୍କିତ ନିୟମରେ ସଂଶୋଧନ କରିଛନ୍ତି।
Supreme Court issues notice to Centre and poll panel on a plea of AICC Secretary Jairam Ramesh challenging amendments made to the Conduct of Election Rules of 1961, which prevents public inspection of electronic documents, including CCTV footage, webcasting recordings and video… pic.twitter.com/Jsz08Rji0X
— ANI (@ANI) January 15, 2025
ଏହା ଦ୍ୱାରା ଏପରି ଡକ୍ୟୁମେଣ୍ଟର ଦୂରୁପଯୋଗ ରୋକାଯାଇ ପାରିବ ବୋଲି ସରକାର ତର୍କ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ସୁପାରିଶରେ କେନ୍ଦ୍ରୀୟ ଆଇନ ମନ୍ତ୍ରାଳୟ ସାର୍ବଜନିକ ନିରୀକ୍ଷଣ ପାଇଁ ରାଖା ଯାଉଥିବା କାଗଜପତ୍ର ଅଥବା ଡକ୍ୟୁମେଣ୍ଟ ପ୍ରକାରକୁ ନିଷିଦ୍ଧ କରିବା ପାଇଁ ନିର୍ବାଚନ ସଞ୍ଚାଳୟନ ନିୟମାବଳୀ ୧୯୬୧ର ନିୟମ ୯୩ରେ ପରିବର୍ତ୍ତନ କରାଯାଇଛି।