ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି, ବୁଧବାରଠୁ ୨୫ ତାରିଖ ଯାଏଁ ରହିବ ବନ୍ଦ

Published By : Prameya-News7 Bureau | April 22, 2025 IST

ଝାରସୁଗୁଡା ୨୨।୪ଝାରସୁଗୁଡା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା । ଶିଶୁ ବାଟିକାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଘୋଷଣା । ବୁଧବାର ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ।

ଝାରସୁଗୁଡା ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେତୁ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ  ଉଚିତ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ବାୟୁମଣ୍ଡଳର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି,   ଝାରସୁଗୁଡ଼ାର ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ  ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ ଝାରସୁଗୁଡା ବିଧାୟକ ।  ପ୍ରବଳ  ଗ୍ରୀଷ୍ମ ପ୍ରବାହ ପାଇଁ  ୪୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଉଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ାର ସ୍କୁଲ ଏବଂ କଲେଜ ବନ୍ଦ କରାଯିବା ସହ ଗୁରୁତ୍ୱପୂର୍ଣ୍ଣ  ଛକ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଇତ୍ୟାଦି ସ୍ଥାନରେ ସାଧାରଣ ଲୋକଙ୍କ ପାଇଁ ମାଗଣା ପାନୀୟ ଜଳ ସୁବିଧା ଆରମ୍ଭ କରାଇବାକୁ  ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଏହାସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନକୁ ସାମିଲ କରାଯାଇ କାମ ନଥିଲେ ଲୋକେ ଘରୁ ନ ବାହାରିବାକୁ ସଚେତନତା ସୃଷ୍ଟି କରିବା ପାଇଁ ଚିଠିରେ ଦର୍ଶାଇଥିଲେ ବିଧାୟକ ।

You Can Read:

ନାବାଳକକୁ ଅପ୍ରାକୃତିକ ଯୌନସମ୍ପର୍କ ରଖିବାକୁ ଅର୍ଥ ଦେଇ ପ୍ରଲୋଭିତ କରିଥିଲା ଅଭିଯୁକ୍ତ : ଏସ୍‌ପି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.