ଆଠମଲ୍ଲିକ ୨୮।୩: ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ I ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।
ସୂଚନାଯୋଗ୍ୟ ଯେ, ଜମିଜମା ରେକର୍ଡ, ଜମି ମାଲିକାନା ଇତ୍ୟାଦି ପାଇଁ ଆଠମଲ୍ଲିକରେ ଲୋକେ ହଇରାଣ ହେଉଥିଲେ । ଶୁକ୍ରବାର କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କ ଠାରୁ ଜମିବାଡ଼ି ଭାଗ କରାଇ ଦେବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିଲେ କିରାଣୀ । ଏହି ସମୟରେ ଅନୁଗୁଳ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଥିଲେ କିରାଣୀ ସତ୍ୟପ୍ରିୟ ।
ଅଭିଯୋଗକାରୀ ଚରଣ ନାୟକଙ୍କ କହିବା ଅନୁସାରେ, ଏହି କାମ ପାଇଁ ଦୀର୍ଘ ୬ ମାସ ହେଲା ଆଠମଲ୍ଲିକ ତହସିଲ ବିଭାଗ ତାଙ୍କୁ ଦଉଡାଉ ଥିଲେ ।
You Can Read:
ଭଦ୍ରକ ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଦେଖିବାକୁ ମିଳିଲା ଧଳା ଗାର