ଭଦ୍ରକ ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଦେଖିବାକୁ ମିଳିଲା ଧଳା ଗାର

Published By : Prameya-News7 Bureau | March 28, 2025 IST

ଭଦ୍ରକ : ଭଦ୍ରକ ଆକାଶରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଭୟଭୀତ ହୋଇଗଲେ ସ୍ଥାନୀୟ ଲୋକ । ଘର ବାହାରକୁ ବାହାରି ଆସିଲେ । ଶବ୍ଦର କାରଣ ରହିଛି ଅସ୍ପଷ୍ଟ ।

ଭଦ୍ରକ, ଧାମନଗର ଛକ, ଭଣ୍ଡାରୀପୋଖରୀ, ବନ୍ତ ଅଞ୍ଚଳରେ ଲୋକଙ୍କ ଝରକା କବାଟର ଲାଗିଥିବା ଝିଞ୍ଜିର ଥରି ଉଠିଥିବା ଲୋକେ ଦେଖିବାକୁ ପାଇଥିଲେ । ଫଳରେ ଲୋକ ମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଆକାଶରେ ବିକଟାଳ ଶବ୍ଦ ଶୁଭିବା ସବ ଆକାଶରେ ବଡ଼ ଧଳା ଗାର ପଡିଥିବା ମଧ୍ୟ  ଦେଖିବାକୁ ମିଳିଛି । ଏହା କିଛି ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ତେବେ ଏଭଳି ପ୍ରଚଣ୍ଡ ଶବ୍ଦ କେଉଁଠୁ ଶୁଭିଲା ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ ।

You Can Read:

ବିଜେପି ଓ ବିଜେଡି ବିଧାୟକଙ୍କ ସମାନ ଦାବି, ‘ବଢାଯାଉ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.