ବିଜେପି ଓ ବିଜେଡି ବିଧାୟକଙ୍କ ସମାନ ଦାବି, ‘ବଢାଯାଉ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ’

Published By : Prameya-News7 Bureau | March 28, 2025 IST

ଭୁବନେଶ୍ବର : ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି ନେଇ ଶୂନ୍ୟକାଳରେ ଦାବି ଉଠାଇଲା ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସଙ୍ଗ ଉଠାଇ କହିଛନ୍ତି, ବର୍ତ୍ତମାନ ବଜାର ଦର ବଢ଼ିଛି । ଅନେକ ପୂର୍ବତନ ବିଧାୟକ ପେନସନ ବଢ଼ାଇବା ପାଇଁ ଲବିକୁ ଆସିଛନ୍ତି । ମେଡ଼ିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉନି । ଏଥିପାଇଁ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ ହୋଇଥିଲା । କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି ରିପୋର୍ଟ ଦିଆଯାଇଛି । ସେହି ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପ୍ରମିଳା ଦାବି କରିଛନ୍ତି । ସେହିପରି ବିଧାୟକଙ୍କ ଦରମା ବି ବଢିବା ଆବଶ୍ୟକତା ଅଛି । ୨୦୧୭ରେ ଶେଷ ଥର ବଢିଥିଲା ୨୦୨୫ ହେଲାଣି ତାକୁ ବଢ଼େଇବା ଦରକାର ଅଛି ବୋଲି ପ୍ରମିଳା କହିଛନ୍ତି ।

ସେପଟେ, ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ଦାବିକୁ ମଧ୍ୟ ଦୋହରାଇଲା ବିଜେପି । ବିଜେପି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ମଧ୍ୟ ସମାନ ଦାବି ଉଠାଇ କହିଛନ୍ତି, ମୁଁ ପୂର୍ବତନ ବିଧାୟକ ଭାବେ ଭୁକ୍ତ ଭୋଗୀ । କେତେ ଅସୁବିଧା ହେଉଛି ମୁଁ ନିଜେ ଅନୁଭବ କରିଛି । ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ଅଛି କିନ୍ତୁ ବିଧାୟକଙ୍କ ପାଇଁ କେହି ନାହିଁ । କେବଳ ଆମର ମଢେଇ କମିଟି ସାହା ଭରସା । ପ୍ରତି ଗାଁରେ ବାଦ ବୁଦିଆରେ ନାଟ ହେଉଛି । ବିଧାୟକଟେ ଗଲେ ୧୦ ରୁ ୩୦ ହଜାର ନ ଦେଲେ ହେଉନି । ତେଣୁ ମୁଁ ଦାବି କରୁଛି ଭାସ୍କର ମଢେଇଙ୍କ କମିଟିର ସୁପାରିଶକୁ ବାଚସ୍ପତି ଗ୍ରହଣ କରି ସରକାରକୁ ଜୁନ୍ ମାସରୁ ପିଛିଲା ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।

You Can Read:

ମଦ ନିଶାରେ ବାପାଙ୍କୁ ଗାଳିଦେଲା, ହାତୁଡ଼ିରେ ମୁଣ୍ଡକୁ ପିଟି ପିଟି ହତ୍ୟା କଲା ପୁଅ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.