କନ୍ଧମାଳ ୨୮।୩: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଅପରାଧ, ହତ୍ୟା, ଚୋରି ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି l ଶୁକ୍ରବାର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବୃଦ୍ଧ ବାପାକୁ ନିଶାସକ୍ତ ପୁଅ ନିର୍ମମ ଭାବରେ ହାତୁଡ଼ିରେ ପିଟିପିଟି ହତ୍ୟା କରିଛି । ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଲାମପଦର ଗାଁର ଡକେଣା ଦିଗାଲ ରାତିରେ ବାହାରକୁ ପରିସ୍ରା କରିବାକୁ ଆସିଥିବା ବେଳେ ପୁଅ ସୁରଜ ଦିଗାଲ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘର ବାହାରେ ବାପାଙ୍କୁ ଗାଳି ଦେବା ପରେ ଉତ୍ତ୍ୟକ୍ତ ହୋଇ ହାତୁଡ଼ିରେ ମୁଣ୍ଡକୁ ପିଟି ଚାଲିଥିଲେ । ଫଳରେ ଘଟଣାସ୍ଥଳରେ ବୃଦ୍ଧ ବାପା ଟଳି ପଡିଥିଲେ l କିଛି ସମୟ ପରେ ସ୍ୱାମୀ ଘରକୁ ନଯିବାରୁ ମୃତକଙ୍କ ସ୍ତ୍ରୀ ବାହାରକୁ ଆସି ଦେଖିଥିଲେ କିନ୍ତୁ ସେତେବେଳକୁ ଡକେଣା ଦିଗାଲଙ୍କ ମୃତ୍ୟୁ ହୋଇସାରିଥିଲା ।
ଘଟଣା ସମ୍ପର୍କରେ ଖବର ପାଇ ଫିରିଙ୍ଗିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀ ପୁଅ ସୁରଜ ଦିଗାଲକୁ ଗିରଫ କରିଛି I ହତ୍ୟାକାରୀ ପୁଅ ସମସ୍ତ ଘଟଣାକୁ ସ୍ୱୀକାର କରିବା ସହ ମଦ ନିଶାରେ ଏଭଳି ଘଟାଇଥିବା ବଖାଣିଛି ।
You Can Read:
ଫୁଲନଖରା ସ୍ଥିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ‘ହାର୍ଣ୍ଣିଆ ମାଷ୍ଟର କ୍ଲାସ୍’ କର୍ମଶାଳା