ଭୁବନେଶ୍ୱର ୨୮।୩: ହାର୍ଣ୍ଣିଆ ରୋଗର ଉପଚାର ନିମନ୍ତେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଅନୁଷ୍ଠିତ ହୋଇଛି ‘ହାର୍ଣ୍ଣିଆ ମାଷ୍ଟର କ୍ଲାସ୍’ କର୍ମଶାଳା । ଫୁଲନଖରା ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଦ୍ବାରା ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍-୨ ଠାରେ ମଙ୍ଗଳବାର ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ହସ୍ପିଟାଲର ଶଲ୍ୟ ଚିକିତ୍ସକ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ନୂଆଦିଲ୍ଲୀ ସ୍ଥିତ ମାକ୍ସ ସୁପରସ୍ପେସିଆଲିଟି ହସ୍ପିଟାଲର ଲେଜର, ଲାପ୍ରୋସ୍କୋପିକ୍ ଓ ରୋବୋଟିକ୍ ସର୍ଜନ ପ୍ରଫେସର ଡାକ୍ତର ନୀରଜ ଗୋୟଲ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ହାର୍ଣ୍ଣିଆ ଅସ୍ତ୍ରୋପଚାରରେ ବ୍ୟବହୃତ ହେଉଥିବା ନୂତନ ପ୍ରୟୋଗ ବିଷୟରେ ଆଲୋଚନା କରି ନୂତନ ଧରଣର ଆବଡୋମିନାଲ୍ ମେଶ ବିଷୟରେ ପ୍ରଫେସର ଡାକ୍ତର ଗୋୟଲ ତଥ୍ୟ ରଖିଥିଲେ ।
ଏହି କର୍ମଶାଳାରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ମାନସ ରଞ୍ଜନ ସାହୁ ଯୋଗ ଦେଇଥିଲେ । ଏହି ପ୍ରକାର କର୍ମଶାଳାର ଆୟୋଜନର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ଏପରି କର୍ମଶାଳାର ଅନେକ ଗୁରୁତ୍ୱ ରହିଥିବା ପ୍ରକାଶ କରିଥିଲେ । ଏପର୍ଯ୍ୟନ୍ତ ସୋଆ ବିଶ୍ୱବିଦ୍ୟାଳୟରେ ୫୫୦ରୁ ଅଧିକ କର୍ମଶାଳା ଓ ଆଲୋଚନାଚକ୍ର ଓ ୯୦ରୁ ଅଧିକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଥିବା ମଧ୍ୟ ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଡାକ୍ତର ପ୍ରସେନଜିତ ମହାନ୍ତି, ଫୁଲନଖରା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ-୨ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ରାଜେଶ କୁମାର ଲେଙ୍କା, ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମହମ୍ମଦ ଜାଭେଦ ଅଖତାର ଓ ସର୍ଜରୀ ବିଭାଗ ଆସୋସିଏଟ୍ ପ୍ରଫେସର ଡାକ୍ତର ଚିନ୍ମୟ ରଞ୍ଜନ ବେହେରା ବକ୍ତବ୍ୟ ରଖିଥିଲେ ।
You Can Read:
ଭାରସାମ୍ୟ ହରାଇ ୬୦ ଫୁଟ୍ ତଳକୁ ଖସିଲା ଆମ୍ବୁଲାନ୍ସ, ଗଛରେ ଲଟକି ରହିବାରୁ ବଞ୍ଚିଗଲା ୩ ଜୀବନ